BREAKING
Loading...
:

ବେଲପଡା ଜନମଙ୍ଗଳ ସମିତି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ବେଲପଡା ଜନମଙ୍ଗଳ ସମିତି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 



ଗଣିଆ ୧୭/୦୯(ସମିସ) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତରେ ଗଢି ଉଠିଥିବା ସ୍ବେଛାସେବୀ ସଂଗଠନ ବେଲପଡା ଜନମଙ୍ଗଳ ସମିତି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ରାଜକିଶୋର ସାହୁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ବିଜେପି ମଣ୍ଡଳ ସଭାପତି ମହାବୀର ମିଶ୍ର, ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ, ଅନୁଷ୍ଠାନର ସଭାପତି ବାଙ୍କ ବିହାରୀ ରାଉତ, କୋଷାଧ୍ୟକ୍ଷ ଅରୁଣ ପ୍ରଧାନଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବେଲପଡାପାଟଣା ତଇଲା ଗାଁରେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ଗୁଡ଼ିକ କିଭଳି ସୁରକ୍ଷିତ ଭାବେ ବଢିପାରିବ ସେଥିପାଇଁ ଗ୍ରାମବାସୀ ଚେଷ୍ଟା କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ ସଂଗଠନ ପ୍ରତିଷ୍ଠା ଦିନଠାରୁ ବୃକ୍ଷ ରୋପଣ,ପରିବେଶ ପରିସ୍କାର, ଏଡସ ସଚେତନତା ଆଦି କାର୍ଯ୍ୟକରି ବେଶ୍ ପ୍ରଶଂସା ସାଉଁଟି ଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS