BREAKING
Loading...
:

୧୦୮ ଲିଟର ଚୋରା ଦେଶୀ ମଦ ପାଉଚ ଜବତ,ଜଣେ ଗିରଫ

 ୧୦୮ ଲିଟର ଦେଶୀ ମଦ ପାଉଚ ଜବତ,ଜଣେ ଗିରଫ 



ଗଣିଆ ୨୫/୦୫(ସମିସ) ଗଣିଆ ଥାନା ବେଲପଡାପାଟଣା ପଞ୍ଚାୟତ ନିକଟରୁ ଜଣେ ଯୁବକଙ୍କ ଘରୁ ୧୦୮ ଲିଟର ଚୋରା ଦେଶୀ ମଦ ପାଉଚ ଜବତ କରିଛି ଗଣିଆ ପୋଲିସ । ଏହି ମଦ ବେପାରରେ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ଜଣାପଡିଛି କୈଣସି ସୁତ୍ରରୁ ଖବର ପାଇ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏଏସଆଇ ଶାହା ଆଲାମ ଖାଁ, କନେଷ୍ଟବଳ ଭାସ୍କର ପ୍ରଧାନ ପ୍ରମୁଖ ବେଲପଡାପାଟଣା ପଞ୍ଚାୟତ ପାଖରେ ଥିବା ସମୀର ସେଠୀଙ୍କ ଘରେ ଚଢ଼ାଉ କରିଥିଲେ । ସମିରଙ୍କ ଘରୁ ୧୦୮ ଲିଟର ଦେଶୀ ମଦ ପାଉଚ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୩୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫ ଅଭିଯୁକ୍ତ ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS