ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ୱିତ ।
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ନିଲମ୍ୱିତ ।
କଟକ ସର୍କଲ ଜେଲ୍ର ସିନିଅର ସୁପରିନ୍ଟେଣ୍ଡେଣ୍ଟ ସୁଜିତ ରାଉଳ ମଧ୍ୟ ନିଲମ୍ୱିତ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୨ ବରିଷ୍ଠ ଅଧିକାରୀ ନିଲମ୍ୱିତ ।୨ ବରିଷ୍ଠ ଅଧିକାରୀଙ୍କ ନିଲମ୍ୱନ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।
ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିଥିବାରୁ ନିଲମ୍ୱିତ ।
ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି ଅରୁଣ ।
ଚୌଦ୍ୱାର ଜେଲ୍ରୁ କଏଦୀ ଫେରାର୍ ଘଟଣାରେ ସୁଜିତ ରାଉଳ ମଧ୍ୟ ଗିରଫ ।
ଉଭୟ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment