BREAKING
Loading...
:

ପତଣ୍ଡାରେ ଫୁଟିଲା ବ୍ରହ୍ମ କମଳ

ପତଣ୍ଡାରେ ଫୁଟିଲା ବ୍ରହ୍ମ କମଳ 



ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଗଣିଆ ବ୍ଲକ ପତଣ୍ଡା ଗ୍ରାମର ଅଖିଳ ପଣ୍ଡାଙ୍କ ଘରେ ଏକାଥରକେ ୫ଟି ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ସାଧାରଣତଃ ହିମାଳୟ ପର୍ବତର ଥଣ୍ଡା ଜଳବାୟୁରେ ଫୁଟୁଥିବା ଏହି ଫୁଲ ଘରର ବାତାବରଣକୁ ଶାନ୍ତ, ଶୁଦ୍ଧ, ସୁସ୍ଥ ରଖିବା ସହ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି କରିଥାଏ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଦୀର୍ଘ ବର୍ଷ ତଳେ ସେ ଏହି ଫୁଲ ଗଛ ଆଣି ଲଗାଇଥିବା ବେଳେ ସୋମବାର ରାତିରେ ଏହି ଗଛରେ ୫ଟି ଫୁଲ ଫୁଟିଛି । ଗଛ ଲଗାଇବା ଦିନ ଠାରୁ ସେ ଏହାର ରକ୍ଷଣାବେକ୍ଷଣରେ ଲାଗି ରହିଥିଲେ । ଏହି ଫୁଲ ଫୁଟିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏହି ଫୁଲ ଦେଖିବାକୁ ତାଙ୍କ ଘରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଫୁଲଗୁଡିକୁ ସେ ମହାପ୍ରଭୁଙ୍କୁ ଅର୍ପଣ କରିଥିବା ପ୍ରକାଶ କରିଛନ୍ତି ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS