BREAKING
Loading...
:

ଲଣ୍ଡା କୁମୁଡ଼ାପାହାଡ ରେ ବୃକ୍ଷ ରୋପଣ ଆଳରେ ସରକାରୀ ଅର୍ଥ ହଡପ, ଖାସୁଆବାବା କମିଟି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।

 ଲଣ୍ଡା କୁମୁଡ଼ାପାହାଡ ରେ ବୃକ୍ଷ ରୋପଣ ଆଳରେ ସରକାରୀ ଅର୍ଥ ହଡପ, ଖାସୁଆବାବା କମିଟି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।



ବଲାଙ୍ଗୀର/ଟିଟିଲାଗଡ,ପ୍ରଚଣ୍ଡ ଗରମ ରେ କଲବଲ ହୋଇ ଆସୁଥିବା ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ବ୍ରୁକ୍ଷ ରୋପଣ ପ୍ରହସନ ପାଲଟିଛି। ସରକାରୀ ଭାବରେ କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ ଆସୁ ଥିବା ବେଳେ ଲଣ୍ଡା କୁମୁଡ଼ା ପାହାଡ ବର୍ଷ,ବର୍ଷ ଧରି ଯେମିତି କୁ ସେମିତି ଲଣ୍ଡା ପଡ଼ିଛି । ଗ୍ରୀଷ୍ମ ଋତୁ ଆସିଗଲେ ବୃକ୍ଷ ରୋପଣ କଥା ମନେ ପଡେ ବୋଲି ଟିଟିଲାଗଡ ଖସୂଆ ବାବା କମିଟି ତରଫ ରୁ ଲିଖିତ ଅଭିଯୋଗ ହୋଇଛି।

ପୁର୍ବରୁ ୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ଏହି ଟିଟିଲାଗଡ ର କୁମୁଡ଼ା ପାହାଡ଼ ଯୋଗୁଁ ତାପମାତ୍ରା ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗବେଷକ ପ୍ରକାଶ କରିଥିଲେ। ଏହି ପାହାଡ ଚାରି ପଟେ ପୂର୍ବତନ ରେଞ୍ଜର ସୁଶୀଲ ତ୍ରିପାଠୀ ଙ୍କ ନେତୃତ୍ୱରେ ପାହାଡ ଚାରି ପଟେ ବାଡ ଦେଇ ବିପୁଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବୃକ୍ଷ ରୋପଣ କରି ପାହାଡ ଚାରିପଟେ ବେଶ୍ ଆଚ୍ଛାଦିତ ହୋଇ ଆସୁଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇ ଯିବା ଯୋଗୁଁ ସବୁ ବୃକ୍ଷ ଚୋରି ହୋଇ ପୁନଃ ଲଣ୍ଡା ହୋଇ ପଡ଼ିରହିଛି । ଏବେ  ପାହାଡ ସେମିତି ଲଣ୍ଡା ଅବସ୍ଥାରେ ପଡ଼ିଛି ସିନା ବୃକ୍ଷ ରୋପଣ ଦର୍ଶାଇ ବିପୁଳ ଅର୍ଥ ହଡପ ହୋଇ ଆସୁଛି ବୋଲି ବିଭିନ୍ନ ମହଲ ରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏ ଦିଗରେ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ଖାସୁଆ ବାବା କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS