"*ଗଛ ବଞ୍ଚିଲେ ଆମେ ବଞ୍ଚିବା* " *ଯୁବ କବିଙ୍କ ନିଆରା ପ୍ରୟାସ*
ବୃକ୍ଷ ଆମର ମାଁ, ମାଁ ପନତ କାନି ଆମକୁ ଯେମିତି ଖରା , ବର୍ଷା , ଶୀତରୁ ସୁରକ୍ଷା ପ୍ରଦାନ କରେ ଗଛ ଟିଏ ମଧ୍ୟ ଆମକୁ ଏକ ପ୍ରଦୂଷଣ ମୁକ୍ତ ପରିବେଶ ଦେଇ ଆମର ଜୀବନକୁ ଉଜ୍ଜ୍ୱଳ ଦେଇଥାଏ। ସମାଜକୁ ବୃକ୍ଷର ଅବଦାନ ଓ ବୃକ୍ଷରୋପଣର ଉପକାରିତା ଜନମାନସ କିପରି ସଚେତନ ହେବେ ସେ ଦୃଷ୍ଟିକୁ ଦେଖି ପ୍ରକୃତି ବନ୍ଧୁ ମ.ରାମପୁର ଓ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୫ ଶ୍ରୀ ଲଲିତ ମୋହନ ଭୋଇ ତାଙ୍କ ସହିତ ଶେରଗଡ଼ ଗ୍ରାମର ଜୟ ଜଗନ୍ନାଥ ଯୁବକ ସଂଘ ସଭାପତି ତଥା ଯୁବ କବି ଉଦେନାଥ ଭୋଇ ଏବଂ ଦୁର୍ଲାଦାନୀ ଗ୍ରାମର ଯୁବ କବି କୋଦଣ୍ଡ ବଗର୍ତ୍ତୀ ମସ୍କାଦାଣ୍ଡି, କୁଶୁର୍ଲା, ଯୋରାଡୋବରା ମିଳିତ ଶାନ୍ତିବନ ଠାରେ କିଛି ଆମ୍ବ ବୃକ୍ଷ ରୋପଣ କରିଛନ୍ତି। କବିତା ମାଧ୍ୟମରେ ସଚେତନ କରି ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ ସାଜିଛନ୍ତି ଯାହା କି ଯୁବକ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଯୋଗାଇ ଦେବ। ଯାହ ଫଳରେ ଜଳବାୟୁ ପରିବର୍ତ୍ତନ , ଅଦିନିଆ ବର୍ଷା , ମରୁଡି ନିୟନ୍ତ୍ରଣ ହୋଇ ପାରିବ। ବୃକ୍ଷ ରୋପଣ କରି ସବୁଜ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ସୃଷ୍ଟି କରିବା ପାଇଁ ବାର୍ତ୍ତା ଦେଉଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment