BREAKING
Loading...
:

ଧର୍ମପରାୟଣା ମହିଳାଙ୍କ ପରଲୋକ

 ଧର୍ମପରାୟଣା ମହିଳାଙ୍କ ପରଲୋକ 



ଗଣିଆ ୨୬/୦୫(ସମିସ) ଗଣିଆ ବ୍ଲକ ବେଲପଡାପାଟଣା ଗ୍ରାମର ଧର୍ମପରାୟଣା ମହିଳା ପ୍ରମିଳା ସୁନ୍ଦରୀ ପଟ୍ଟନାୟକଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ଶ୍ବାସ ରୋଗରେ ପୀଡ଼ିତ ଥିଲେ ।  ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଗଣିଆର ସମାଜସେବୀ ସ୍ୱର୍ଗତ ପରୀକ୍ଷିତ ପଟ୍ଟନାୟକଙ୍କ ଧର୍ମପତ୍ନୀ । ସେ ଏକାଧାରରେ ଜଣେ ଧର୍ମପରାୟଣା, ପରୋପକାରୀ ତଥା ସ୍ନେହୀ ମଣିଷ ଥିଲେ । ସେ କରୁଣା ମୟୀ ଶ୍ରୀମା ଏବଂ ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପରମ ଭକ୍ତ ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁତ୍ର,ଛଅ ଜଣ ଝିଅ,ନାତି ନାତୁଣୀ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS