ବଦଳିଲେ ୬୭ ଜଣ ବିଇଓ, ନୂଆଗାଁ ଓ ଖଣ୍ଡପଡ଼ାରେ ନୂତନ ବିଇଓ,ଗଣିଆକୁ ଉପେକ୍ଷା
ଗଣିଆ ୨୫/୦୫(ସମିସ) ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଚିଠି ନଂ ୧୩୨୩୮ ଅନୁଯାୟୀ ରାଜ୍ୟର ପ୍ରାୟ ୬୭ ଜଣ ବିଇଓ (ବ୍ଳକ ଶିକ୍ଷା ଅଧିକାରୀ) ଙ୍କର ବଦଳି ହୋଇଥିବା ଜଣାପଡିଛି । ନୟାଗଡ ଜିଲ୍ଲାରେ ନୂଆଗାଁ ଏବଂ ଖଣ୍ଡପଡା ବ୍ଲକରେ ନୂତନ ବିଇଓ ନିଯୁକ୍ତି ଦିଆଯାଇଥିବା ବେଳେ ଦଶପଲ୍ଲା ବିଇଓଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କିନ୍ତୁ ଗଣିଆ ବ୍ଲକକୁ ଉପେକ୍ଷା କରାଯାଇଛି । ଗଣିଆରେ ସ୍ଥାୟୀ ବିଇଓ ନଥିବା ବେଳେ ଖଣ୍ଡପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଲିପ୍ସା ନନ୍ଦ ବିଇଓ ଦାୟିତ୍ୱରେ ଅଛନ୍ତି । ଗତ ବୁଧବାର ଶିକ୍ଷା ବିଭାଗରେ କାର୍ଯ୍ୟରତ ୫୬ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ଗଣିଆ ବ୍ଲକରେ କାର୍ଯ୍ୟରତ ଦୁଇଜଣ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ବଦଳି ହୋଇଥିଲା । ତେବେ ରାଜ୍ୟର ଅନ୍ୟ ବ୍ଳକକୁ ନୂତନ ବିଇଓ ନିଯୁକ୍ତି କରାଯାଇଥିବା ବେଳେ ଗଣିଆ ବ୍ଳକ ପ୍ରତି ଏତେ ହେୟଜ୍ଞାନ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଣିଆରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ କିଭଳି ଜଣେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭାଗ ଚଲାଇବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଜୁନ୍ ମାସରେ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗଣିଆକୁ ନୂତନ ବିଇଓଙ୍କ ସହିତ ଅତିରିକ୍ତ ବିଡ଼ିଓ ନିଯୁକ୍ତି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ


Post a Comment