ସମାଜସେବୀ ପରୀକ୍ଷିତ ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନ
------------------------------------------------
ଦଶପଲ୍ଲା, 06/11
ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ ନୟାଗଡ଼ ଆକ୍ସନ ଗ୍ରୁପ ପକ୍ଷରୁ ଶିଶୁ କନ୍ୟା ଙ୍କ ସଂଖ୍ୟା ହ୍ରାସ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି. ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ, ଏବିଡିଓ ଗୋବିନ୍ଦ ଚନ୍ଦ୍ର ଦାସ , ଆଇନଜିବି ଶରତ ଚନ୍ଦ୍ର ବେହେରା, ତମନ୍ନା କଲେଜ ଓଡ଼ିଆ ଅଧ୍ୟାପିକା ସୁକୃତି ମହାପାତ୍ର,ଜିୟୁସି ର ସମ୍ପାଦକ ଆନନ୍ଦ ବେହେରା ପ୍ରମୁଖ ଯୋଗ ଦେଇ ଥିଲେ. କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ସମସ୍ତେ ଶପଥ କରିଥିଲେ ଯେ ଶିଶୁ ଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ରୋକିବାକୁ ପ୍ରଚେଷ୍ଟା ଜାରି ରଖିବୁ.କନ୍ୟା ଏବଂ ପୁତ୍ର ସନ୍ତାନ ପ୍ରଭେଦ ର ମାନସିକତା କୁ ପରିବର୍ତ୍ତନ କଲେହିଁ ଏହି ସମସ୍ୟାର ସମାଧାନ ହେବ. କାର୍ଯ୍ୟକ୍ରମ ରେ ନୟାଗଡ଼ ଆକ୍ସନ ଗ୍ରୁପର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପରୀକ୍ଷିତ ପଟ୍ଟନାୟକଙ୍କ ମରଣଉତ୍ତର ସମ୍ମାନକୁ ତାଙ୍କର ସୁକନ୍ୟା ଉଷା ପଟ୍ଟନାୟକ ଗ୍ରହଣ କରିଥିଲେ.ଆକ୍ସନ ଗ୍ରୁପର ସଭ୍ୟ ସନ୍ତୋଷ କୁମାର ପ୍ରଧାନ,ପ୍ରସନ୍ନ କୁମାର ପଣ୍ଡା, ଅମରେଶ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ. ଶେଷରେ ସଭ୍ୟ ଡା.ପ୍ରଫୁଲ୍ଲ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment