BREAKING
Loading...
:

ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଢୋଲମରା ଚାମ୍ପିଅନ

 ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଢୋଲମରା ଚାମ୍ପିଅନ 

ଗଣିଆ (ମଣିଭଦ୍ରା ଖବର) ସମ୍ପର୍କ କ୍ରିକେଟ ଟିମ୍ ରାଉତପଡା ଆନୁକୁଲ୍ୟ ରେ ଚାଲିଥିବା ୧୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ  ଆଜି ଫାଇନାଲ ମ୍ୟାଚ ରେ ଢୋଲମରା ସହିତ ଟାଙ୍ଗୀସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ପ୍ରଥମେ ଟାଙ୍ଗୀସାହି କ୍ରିକେଟ ଟିମ୍ ଟଚ୍ ୱିନ୍ କରି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଟାଙ୍ଗୀସାହି ଟିମ୍ ନିର୍ଦ୍ଧାରିତ ୧୫ ଓଭର୍ ରେ ୮ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା  । ଏହାର ଜବାବ ରେ  ଢୋଲମରା ତାର ୫ ଗୋଟି ୱିକେଟ ହରାଇ ୧୨ ଓଭରରେ ୧୪୮ ରନ କରି ବିଜୟ ହେଇଥିଲା । ଆଜିର ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ଅମ୍ପାୟାର ଗୋପାଳ ବେହେରା ଓ ମନୋଜ କୁମାର ବେହେରା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଓ ବେଲପଡ଼ାପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁକାନ୍ତ ଗଣ୍ଠିଆ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS