BREAKING
Loading...
:

ଡାକ୍ତରଖାନା ବନାମ ଡକାୟତ ଖାନା, ଶବ ବ୍ୟବଚ୍ଛେଦ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଆଦାୟ ।

 ଡାକ୍ତରଖାନା ବନାମ ଡକାୟତ ଖାନା, ଶବ ବ୍ୟବଚ୍ଛେଦ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଆଦାୟ ।


ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି,ଏପରିକି କୋଟି, କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆସୁଛି । ବିଡମ୍ବନା ର ବିଷୟ ଯେ ସରକାରି ଅଧିକାରୀ ତଥା ରାଜନେତା ତଥା ଡବଲ, ଇଞ୍ଜିନ ସରକାର କେବଳ କାଗଜ କଲମରେ ସବୁ ସୀମିତ ରଖି ନିଜସ୍ଵ ସ୍ବାର୍ଥ ହାସଲ କରିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ,କେବିକେ ତାଲିକା ଭୁକ୍ତ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି । ଲୋକେ ବାଧ୍ୟ ହୋଇ ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁ ଲାଗି ରହିଛି । ଏହି ତିତିଲାଗ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧିନସ୍ତ ମାତୃ ଓ ଶିଶୁ ଡାକ୍ତରଖାନା ରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ନିଯୁକ୍ତ ଅଛନ୍ତି । ଅପର ପକ୍ଷରେ ଏହି ଡାକ୍ତର ଖାନା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଜାଣି,ଶୁଣି ମନୋମୁଖୀ କାର୍ଯ୍ୟ ଚଳାଇବା ନିଜେ ନିଜ ବାସ ଭବନ ରେ କ୍ଲିନିକ୍ କରି ବେସରକାରୀ ଭାବେ କ୍ଲିନିକ୍ କରି ବ୍ୟସ୍ତ ରହିବା ଯୋଗୁଁ କର୍ମଚାରୀ ଓ ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହୋଇଛି । ଜଣେ କର୍ମଚାରୀ ଙ୍କ ଘର ଭଡ଼ା ବାବଦ କୁ ୨୦ ହଜାର ଟଙ୍କା ପ୍ରଦାନ କରି ଥିବା ଲିଖିତ ଅଭିଯୋଗ ହୋଇଛି । ଅଲେଖ ଜେନା ନାମକ ଜଣେ କର୍ମଚାରୀ ଙ୍କୁ ବିନା କାରଣ ରେ ଏଭଳି ହଇରାଣ ସହ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ କରି ପାଞ୍ଚ, ଛଅ ମାସ ହେଲା ବିନା ଦରମାରେ କାର୍ଯ୍ୟ କରି ଆସୁଛନ୍ତି ।  କର୍ମଚାରୀ ଙ୍କ ଦରମା ଜାଣି, ଶୁଣି ବନ୍ଦ କରିଦେଇ ଥିବା ବେଳେ ସେ ନେଇ ସେ ଉପରୁ ଟଙ୍କା ନ ଆସିବା ପ୍ରକାଶ କରିଛନ୍ତି । ହେଲେ ଏ ନେଇ ସେ କୌଣସି ଲିଖିତ ଆବେଦନ କରି ନ ଥିବା ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ସେହି ଭଳି ଏହି ଉପଖଣ୍ଡ ଚିକିତ୍ସାଳୟ ରେ ଜଣେ ବ୍ୟକ୍ତି ପାଣି ରେ ବୁଡି ଶୋଚନୀୟ ମୃତ୍ୟୁ ବରଣ କରି ଥିବା ବେଳେ,ତାଙ୍କ ପରିବାର ଲୋକେ ଡାକ୍ତର ଙ୍କ ଦାବି ମୁତାବକ ୨୦ ହଜାର ଟଙ୍କା ପ୍ରଦାନ ସହ ସ୍ବର୍ଗ ରଥ ରେ ଉକ୍ତ ସବ ନେବା ଆଣିବା ନେଇ ଚାରି ହଜାର ଟଙ୍କା ନେଇ ଥିଲେ । ସେହିପରି ଡାକ୍ତର ଖାନା ରେ କିଛି ଡାକ୍ତର,କର୍ମଚାରୀ ଖୋଲା, ଖୋଲି ଭାବେ ଟଙ୍କା ଆଦାୟ କରିବା ସହ ହଇରାଣ , ହରକତ ର ଶିକାର ହୋଇ ଆସୁ ଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଡାକ ଯୋଗେ ପତ୍ର ପ୍ରେରଣ ସହ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS