BREAKING
Loading...
:

୫ମ ଶ୍ରେଣୀ ଇଂରାଜୀ ବହିରେ ଓଡିଆ ରଜଦୋଳି ଗୀତ

 ୫ମ ଶ୍ରେଣୀ ଇଂରାଜୀ ବହିରେ ଓଡିଆ ରଜଦୋଳି ଗୀତ 



ଗଣିଆ ୨୫/୦୬(ମଣିଭଦ୍ରା ଖବର) ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ବଦଳିଛି । ଆରମ୍ଭରୁ ଏନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ନୂତନ ଆଶା ଦେଖା ଦେଇଥିବା ବେଳେ ପାଠ୍ୟ ପୁସ୍ତକ ପ୍ରକାଶିତ ହେବା ପରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଯାହାକି ଗଣଶିକ୍ଷା ବିଭାଗର ଦୁର୍ବଳତାକୁ ପଦାରେ ପକାଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ମାଳ ମାଳ ଭୂଲ୍ ଦେଖିବାକୁ ମିଳିଛି । ତେବେ ପଞ୍ଚମ ଶ୍ରେଣୀ ଇଂରାଜୀ ଓଡିଆ ବହିରେ ରଜଦୋଳି ଗୀତ ଦେଖିବାକୁ ମିଳିଛି । ଇଂରାଜୀ ବହିର ୧୩୩ ପୃଷ୍ଠାରେ ଏହି ରଜଦୋଳି ଗୀତ ରହିଛି । ଇଂରାଜୀ ବହିରେ ଓଡିଆ ଗୀତ କିଭଳି ଛପା ଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଭାବକ ମାନେ ଏନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଉକ୍ତ ଗୀତଟିକୁ ଶିକ୍ଷକ ମାନେ ପଢାଇବେ ନା ବାଦ୍ ଦେବେ ସେ ନେଇ ଚିନ୍ତାରେ ଅଛନ୍ତି । ତେବେ ପିରିୟଡ଼ ଅନୁସାରେ ଇଂରାଜୀ ଶିକ୍ଷକ ଉକ୍ତ ରଜଦୋଳି ଗୀତ ପଢାଇବେ ନା ସାହିତ୍ୟ ଶିକ୍ଷକ ପଢାଇବେ ତାହା ମଧ୍ୟ ପ୍ରଶ୍ନ ଘେରରେ ରହିଛି । ଉକ୍ତ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ପାଲଟିଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି ।


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS