ଆଜି ବେଲପଡାପାଟଣା ଆସୁଛନ୍ତି ପ୍ରବଚକ ମନୋଜ ପ୍ରଧାନ
ଗଣିଆ (ମଣିଭଦ୍ରା ଖବର) ପ୍ରବଚକ ମନୋଜ କୁମାର ପ୍ରଧାନ ଓଡ଼ିଶାର ଜଣେ ଲୋକପ୍ରିୟ ଆଧ୍ୟାତ୍ମିକ ବକ୍ତା ଏବଂ ପ୍ରବଚକ । ସେ ବିଶେଷ ଭାବରେ ଶ୍ରୀମଦ୍ ଭାଗବତ, ପୁରାଣ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ସରଳ ଓ ହୃଦୟସ୍ପର୍ଶୀ ପ୍ରବଚନ ପାଇଁ ଜଣାଶୁଣା । ପ୍ରାର୍ଥନା ଚ୍ୟାନେଲରେ ପ୍ରବଚନ ପ୍ରଦାନ କରି ଘରେ ଘରେ ପରିଚିତ ପାଲଟିଥିବା ମନୋଜ ପ୍ରଧାନ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ବେଲପଡାପାଟଣା ଦଧିବାମନ ଜୀଉ ମନ୍ଦିର ପରିସରକୁ ଆସିବେ । ସନ୍ଧ୍ୟା ୭ ଘଟିକାରେ ମନୋଜ ପ୍ରଧାନଙ୍କ ହୃଦୟସ୍ପର୍ଶୀ ପ୍ରବଚନ ଶୁଣିବାର ସୁଯୋଗ ନେବା ସହିତ ଜଗନ୍ନାଥ ସଂସ୍କୃତି ତଥା ଭାଗବତ ସମ୍ପର୍କରେ ଜ୍ଞାନ ଆହରଣ କରନ୍ତୁ ।
ଗୁରୁବାର ସନ୍ଧ୍ୟା ୭ ଘଟିକା
ସ୍ଥାନ - ବେଲପଡାପାଟଣା ଦଧିବାମନ ଜୀଉ ମନ୍ଦିର ସମ୍ମୁଖସ୍ଥ ମଞ୍ଚ
ମଣିଭଦ୍ରା ଖବର, ଗଣିଆ


Post a Comment