ମାଙ୍କଡ ଆକ୍ରମଣରେ ଛାତ୍ରୀ ଗୁରୁତର,ନିଟ୍ ପରୀକ୍ଷା ଦେବାରୁ ବଞ୍ଚିତ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ମାଙ୍କଡ ଆକ୍ରମଣରେ ଜଣେ ମେଧାବୀ ଛାତ୍ରୀ ଗୁରୁତର ହୋଇ ଭୁବନେଶ୍ୱର କିମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଦୁଃଖଦ ଖବର ହେଉଛି ଛାତ୍ରୀ ଜଣକ ଆଜି ନିଟ୍ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଭାଗ୍ୟର ବିଡମ୍ବନା ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଗଣିଆର ସମ୍ବାଦ ପ୍ରତିନିଧି କୈଳାଶ ସାହୁଙ୍କ ଝିଅ ଛାତ ଉପରେ ଛିଡା ହୋଇଥିବା ବେଳେ ଗୋଟିଏ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲା । ଛାତ୍ରୀ ଜଣକ ଅସାବଧାନତା ବଶତଃ ଛାତରୁ ତଳକୁ ଖସି ପଡିଥିଲେ । ଛାତ ତଳେ ଥିବା ଆଜବେଷ୍ଟସ ଉପରେ ପଡି ତଳେ ପଡ଼ିଥିଲେ । ତେବେ ତାଙ୍କର ଦୁଇଟି ଯାକ ଗୋଡର ପଛପାଖ ଗୋଇଠି ଫାଟି ଯାଇଥିବା ବେଳେ ମଙ୍ଗଳବାର ଅପରେସନ ହେବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଭାବେ ଆଜି ନିଟ୍ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ତାଙ୍କର ସ୍ବପ୍ନ ଆଜି ଧୁଳିସାତ୍ ହୋଇଯାଇଛି । ଗଣିଆରେ ମାଙ୍କଡ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ଗୁରୁତର ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗଣିଆ ପ୍ରେସ କ୍ଳବ ସଭାପତି ଦେବୀ ପ୍ରସାଦ ଦାଶ ବନବିଭାଗକୁ ନିବେଦନ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ


Post a Comment