BREAKING
Loading...
:

ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 




ଗଣିଆ (ମଣିଭଦ୍ରା ଖବର) ଗଣିଆର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଞ୍ଚାୟତ ସମିତି, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ତଥା ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳନ କରାଯାଇଛି । ଶରୀର -ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ । ଯୋଗାଭ୍ୟାସ କରିବା ଦ୍ବାରା ମଣିଷ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ । ଏହି ଅବସରରେ କିଶୋର ଚନ୍ଦ୍ର ବିଦ୍ୟାପୀଠରେ ଆୟୋଜିତ ଯୋଗ ଦିବସରେ କ୍ରିଡା ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ ଯୋଗାଭ୍ୟାସ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ନିହାର ବାଳା ରାଉତ, ଶିକ୍ଷକ ପବିତ୍ର କୁମାର ବେହେରା, ସଶ୍ମିତା ମଣ୍ଡଳ, ସତ୍ୟଭାମା ସେନାପତି, ଅମ୍ଳାନ ପ୍ରତୀକ, ପ୍ରିୟବ୍ରତ ଦାଶ, ପ୍ରଫୁଲ୍ଲ କୁମାର ମିଶ୍ର,ଶୋଭନ କୁମାର ପଣ୍ଡା, ଜ୍ୟୋତିର୍ମୟୀ ମହାରଣା,ରିଙ୍କି ମଲ୍ଲିକ,କୈଶଲ୍ୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS