BREAKING
Loading...
:

ରାଜସୁନାଖଳା ପୋଲିସ ଆଜି ଗିରଫ କଲା ବୋମା ଫିଙ୍ଗିଥିବା ଅଭିଯୁକ୍ତଙ୍କୁ

 ରାଜସୁନାଖଳା ପୋଲିସ ଆଜି ଗିରଫ କଲା ବୋମା ଫିଙ୍ଗିଥିବା ଅଭିଯୁକ୍ତଙ୍କୁ 

ରଣପୁର (ରୀନା ସାହୁ) ସୁନାଖଳା ନୟାରା ପେଟ୍ରୋଲ ପମ୍ପ ପାଖରେ ଦୁଇ ଜଣ ଲୋକ ଏକ ନମ୍ବର ବିହୀନ  ଗାଡ଼ିରେ ଆସି ରାଜସୁନାଖଳା ଯୁବ ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଉପରକୁ  ବୋମା ଫିଙ୍ଗି ଦେଇଥିଲେ   | ଏନେଇ ସନ୍ତୋଷ ସାହୁଙ୍କ ସ୍ତ୍ରୀ  ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଥାନା କେଶ ନମ୍ବର ୩୭/୨୦୨୫        ସେକ୍ସନ -୨୯୬/୧୨୬(୨)/115/(୨)/୧୦୯/୩(୫)B9S     R/W ୩/୪ ଏକ୍ସପୟସ ଆକ୍ଟରେ ଏକ କେଶ ହୋଇ ଥିଲା  |ଆଜି ତା ୧୪/୨ ରିଖ ରେ ସକାଳୁ ଦୁଇଜଣ ଆସାମୀ (୧)ଦିବ୍ୟାୟୋତି ରାଉତ ବୟସ -୨୪ବର୍ଷ ପିତା -ଲଷ୍ମୀଧର ରାଉତ, ଗୌଡ଼ସାହି ଥାନା -ବୋଲଗଡ, ଜିଲ୍ଲା -ଖୋର୍ଦ୍ଧା (୨)ବିକାଶ ଚନ୍ଦ୍ର ଜେନା ବୟସ -୨୫ବର୍ଷ ବାପା -ବେଣୁଧର ଜେନା,ତୃତୀୟା ପୋଡା, ଥାନା ବୋଲଗଡ , ଜିଲ୍ଲା -ଖୋର୍ଦ୍ଧା  ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁଯାଇ ସନ୍ତୋଷ ସାହୁଙ୍କ ଦୋକାନରେ ବିକାଶ ଜେନାଙ୍କ ସ୍ତ୍ରୀ ଗତ କିଛି ଦିନ ହେବ ସେଲ୍ସମ୍ୟାନ ଭାବେ କାମ କରୁଥିଲେ |କୌଣସି କାରଣରୁ ବିକାଶ, ସନ୍ତୋଷଙ୍କୁ ସନ୍ଦେହ କରୁଥିଲେ  | ସନ୍ତୋଷ ଦୋକାନରୁ ବିକାଶଙ୍କ ସ୍ତ୍ରୀକୁ ବାହାର କରିବା ପାଇଁ ବିକାଶ, ସନ୍ତୋଷଙ୍କୁ ବାରମ୍ବାର କହୁଥିଲେ, ମାତ୍ର ସନ୍ତୋଷ ନଶୁଣିବାରୁ ବିକାଶ ତାଙ୍କ ସାଙ୍ଗ ଦିବ୍ୟଯ୍ୟୋତିକୁ କହିଥିଲେ । ଦିବ୍ୟାଯ୍ୟୋତି ନିଜେ ବମ ତିଆରି କରି ବିକାଶଙ୍କ ଶହ ଆସି ୭/୨/୨୫ ତାରିଖ ରାତିରେ ସନ୍ତୋଷ ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ବମ ଫିଙ୍ଗି ଥିଲେ |ଦିବ୍ୟଯ୍ୟୋତି ନାମରେ ଆଗରୁ ଅନେକ ଥାନା ରେ ଅନେକ ମକଦମା ରହିଅଛି  |

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS