ରାଉତପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଢୋଲମରା ଚାମ୍ପିଅନ
ଗଣିଆ (ମଣିଭଦ୍ରା ଖବର) ସମ୍ପର୍କ କ୍ରିକେଟ ଟିମ୍ ରାଉତପଡା ଆନୁକୁଲ୍ୟ ରେ ଚାଲିଥିବା ୧୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚ ରେ ଢୋଲମରା ସହିତ ଟାଙ୍ଗୀସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ରେ ପ୍ରଥମେ ଟାଙ୍ଗୀସାହି କ୍ରିକେଟ ଟିମ୍ ଟଚ୍ ୱିନ୍ କରି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଟାଙ୍ଗୀସାହି ଟିମ୍ ନିର୍ଦ୍ଧାରିତ ୧୫ ଓଭର୍ ରେ ୮ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା । ଏହାର ଜବାବ ରେ ଢୋଲମରା ତାର ୫ ଗୋଟି ୱିକେଟ ହରାଇ ୧୨ ଓଭରରେ ୧୪୮ ରନ କରି ବିଜୟ ହେଇଥିଲା । ଆଜିର ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ଅମ୍ପାୟାର ଗୋପାଳ ବେହେରା ଓ ମନୋଜ କୁମାର ବେହେରା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଓ ବେଲପଡ଼ାପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁକାନ୍ତ ଗଣ୍ଠିଆ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق