BREAKING
Loading...
:

ଗଣିଆ ବ୍ଳକରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ୨୬୪ ଜଣ

 ଗଣିଆ ବ୍ଳକରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ୨୬୪ ଜଣ

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ୮ଟି ପଞ୍ଚାୟତରେ ୨୬୪ ଜଣ ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏ ନେଇ ବିଭାଗ ତରଫରୁ ଏକ ତାଲିକା ପ୍ରକାଶ ପାଇଥିବା ବେଳେ ଯେଉଁ ମାନେ ବଞ୍ଚିତ ଅଛନ୍ତି ସେମାନେ ତୁରନ୍ତ ବ୍ୟାଙ୍କକୁ ଯାଇ ନିଜର ଇ-କେଓ୍ବାସି କରିନେବାକୁ ଅନୁରୋଧ କରିଛନ୍ତି ସିଡିପିଓ ଉଷାରାଣୀ ସାହୁ । 

ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ସୂଚନା ଅନୁସାରେ ଗଣିଆ ବ୍ଳକର ଛାମୁଣ୍ଡିଆ ପଞ୍ଚାୟତରେ ସର୍ବାଧିକ ୬୯ ଜଣ ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ରାସଙ୍ଗ ପଞ୍ଚାୟତରେ ୨୯ ଜଣ,ଗଣିଆ ପଞ୍ଚାୟତରେ ୧୨ ଜଣ, କିଶୋର ପ୍ରସାଦ ପଞ୍ଚାୟତରେ ୧୬ ଜଣ, ଆଡକଟା ପଞ୍ଚାୟତରେ ୩୧ ଜଣ, ବଡସିଲିଙ୍ଗା ପଞ୍ଚାୟତରେ ୪୦ ଜଣ, ବେଲପଡାପାଟଣା ପଞ୍ଚାୟତରେ ୬୬ ଜଣ, କରଡାପଡା ପଞ୍ଚାୟତରେ ଜଣେ ଏହି ଯୋଜନା ପାଇବାରୁ ବଞ୍ଚିତ ଥିବା ସରକାରୀ ଭାବେ ଜଣାପଡିଛି । 

ତେବେ ଉପରୋକ୍ତ ପଞ୍ଚାୟତରେ ଯେଉଁ ମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ତୁରନ୍ତ ନିଜ ନିଜର ବ୍ୟାଙ୍କକୁ ଯାଇ ଆବଶ୍ୟକୀୟ ତଥ୍ୟ ପୂରଣ କରି ନେବାପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ତେବେ ବିଭାଗୀୟ ଅଧିକାରୀ କେବଳ ତାଲିକା ପ୍ରସ୍ତୁତ କରି ଚୁପ୍ ବସିବା ପରିବର୍ତ୍ତେ ଉପରୋକ୍ତ ମହିଳା ମାନେ କିଭଳି ସୁଭଦ୍ରା ଯୋଜନାରେ ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS