ପୋଖରୀରେ ବୁଡ଼ି ଯାତ୍ରା କଳାକାରଙ୍କ ମୃତ୍ୟୁ
ଭାପୁର,୦୪/୧୦(ବିଭୂତି ମହାପାତ୍ର) ପୋଖରୀରେ ବୁଡ଼ି ଯାତ୍ରା କଳାକାରଙ୍କ ମୃତ୍ୟୁ । ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା କାଡ଼ାପାଣି ଗ୍ରାମର ଗୋରା ହେମ୍ବ୍ରମଙ୍କ ପୁଅ ମଧୁସୂଦନ ହେମ୍ବ୍ରମ(୨୮)ବୋଲି ଜଣାପଡ଼ିଛି. ସୂଚନାଥାଉ କି, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଧିନ ସାଗୁରଗାଁ ଗ୍ରାମରେ ଯାତ୍ରା ବିଶ୍ୱରଙ୍ଗମହଲ ନାଟକ ପରିବେଷଣ କରୁଛି। ଶନିବାର ସକାଳେ ଯାତ୍ରା ସାରି ମଧୁସୂଦନ ସାଙ୍ଗ ମାନଙ୍କ ସହ ଗ୍ରାମ ପୋଖରୀକୁ ଗାଧୋଇ ଯାଇଥିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଓ ସାଥି କଳାକାର ତାଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଭାପୁର ବିଟ୍ ହାଉସ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଭାପୁର ବିଟ୍ ହାଉସ ଅଧିକାରୀ ସୁଶାନ୍ତ ବେହେରା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିଥିଲେ । ସାଗୁରଗାଁ ଗ୍ରାମଟି ବୋଲଗଡ଼ ଥାନା ଅଧିନରେ ଯାଉଥିବାରୁ ବୋଲଗଡ଼ ଥାନାକୁ ଫତେଗଡ଼ ଥାନାରୁ ଖବର ଦିଆଯାଇଥିଲା । ବୋଲଗଡ଼ ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ବାଙ୍କୋଇ ଫାଣ୍ଡି ଅଧିକାରୀ ଆସି ଶବକୁ ଜବତ କରି ନେଇ ଯିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା ଜଣାପଡ଼ିଛି ।


Post a Comment