ଥାନା ପକ୍ଷରୁ ଦଶହରା ପ୍ରସ୍ତୁତି ବୈଠକ
ଭାପୁର, ୪/୧୦ (ବିଭୂତି ମହାପାତ୍ର) ଆଗାମୀ ଦଶହରା ପାର୍ବଣ ଋତୁକୁ ସୁରକ୍ଷିତ, ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଏବଂ ଡିଜେ ମୁକ୍ତ ଭାବେ ପାଳନ କରିବା ପାଇଁ ଫତେଗଡ଼ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଫତେଗଡ଼ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଫତେଗଡ଼ ଥାନା ଅଞ୍ଚଳରେ ହେଉଥିବା ଦୁର୍ଗାପୂଜା ଓ ଗଜଲଷ୍ମୀ ପୂଜା ଶାନ୍ତି ପୂର୍ଣ୍ଣ ଭାବେ କରିବା ସହିତ ଭସାଣିରେ ଡିଜେ ମୁକ୍ତ କରିବା ପାଇଁ ସମସ୍ତ କମିଟିର କର୍ମକର୍ତ୍ତା ମାନଙ୍କୁ କହିଥିଲେ । ପାର୍ବଣ ସମୟରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗର ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ସ୍ଥଳେ ପୋଲିସ କର୍ମଚାରୀ ଓ ଫୋର୍ସ ମୁତୟନ କରାଯିବନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସାହୁ କହିଥିଲେ. ଆଜିର ଏହି ବୈଠକରେ ଭାପୁର, ମାଳିବେରେଣୀ, ବିଜିପୁର,ପଦ୍ମାବତୀ, କରବର,ଫତେଗଡ଼, ବାହାଡାଶୁଣୀ,କାଚରାସାହି, ବାଇଗୁଣିଆ, ବାଘୁଆପଲ୍ଲୀ, ବଳଦିଆନୂଆଗାଁ, ଗୋଳାପୋଖରୀ, ତରବାଲୋ, ଗଡ଼ଖୋଲ ଆଦି ୧୪ ଟି ଗ୍ରାମର ୨୯ ଟି ମେଢ଼ର କର୍ମକର୍ତ୍ତା ଯୋଗଦେଇଥିଲେ । ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁଙ୍କ ତତ୍ୱାବଧାନରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବୈଠକରେ ସମସ୍ତ କମିଟିର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଯୋଗଦେଇ ଶାନ୍ତିଶୃଙ୍ଖଳାରେ ପାଳନ କରିବା ସହ ଡିଜେ ମୁକ୍ତ ଭସାଣି କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ମଣିଭଦ୍ରା ଖବର, ଭାପୁର


Post a Comment