BREAKING
Loading...
:

ମୃତ୍ୟୁ ସହିତ ସଂଘର୍ଷ ପରେ ଚାଲିଗଲେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର

 ମୃତ୍ୟୁ ସହିତ ସଂଘର୍ଷ ପରେ ଚାଲିଗଲେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର 



ଗଣିଆ (ମଣିଭଦ୍ରା ଖବର) ୬ ଦିନ ଧରି ମୃତ୍ୟୁ ସହିତ ସଂଘର୍ଷ ପରେ ସବୁଦିନ ପାଇଁ ଚିର ନିଦ୍ରାରେ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର । ଗତ ୨୬ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧିନ ଥିବା ଗଣିଆ ବ୍ଳକ କିଶୋର ପ୍ରସାଦର ସମସ୍ତଙ୍କର ପ୍ରିୟ ଆର୍ତ୍ତତ୍ରାଣ ମିଶ୍ରଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । ଓଡିଶା କଳାକାର ଜଗତରେ ଗୋଟିଏ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ତାଙ୍କର ସାଥି କଳାକାର ରବିନ୍ଦ୍ର କୁମାର ରାଉତ । ଓଟିଭିରେ ପ୍ରସାରିତ ଦି ଗ୍ରେଟ ଓଡ଼ିଶା ପଲଟିକାଲ ସର୍କସର ଜଣାଶୁଣା କଳାକାର ଆର୍ତ୍ତତ୍ରାଣ ମିଶ୍ର । ସମସ୍ତଙ୍କୁ ହସାଉଥିବା ଲୋକଟି ଯେ ଏଭଳି ଅଦିନରେ ଚାଲିଯିବ କେହି ବି ବିଶ୍ବାସ କରି ପାରୁ ନାହାନ୍ତି ।  ପରିବାରରେ ଦୁଇପୁଅ ଏବଂ ଧର୍ମପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି । ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଏବଂ ସାହାସ ଦିଅନ୍ତୁ । ମହାପ୍ରଭୁ କାହାକୁ ଏଭଳି ଦୁଃଖ ନିଅନ୍ତୁ । ମଣିଭଦ୍ରା ଖବର ତରଫରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS