ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
*ଗଣିଆ, ୦୨/୧୦ (ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ, ରାସଙ୍ଗ ର ସ୍ଥାନାନ୍ତରଣ ହୋଇଥିବା ଶିକ୍ଷକ ଶ୍ରୀଯୁକ୍ତ ଦଣ୍ଡଧର ରାଉତ ଓ ପଦୋନ୍ନତି ପାଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ସଭାରେ ଉପସ୍ଥିତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ରାଉତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ, ପୂର୍ବତନ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭାବଗ୍ରାହୀ ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ତତ ସହିତ ରାସଙ୍ଗ କ୍ଲଷ୍ଟର ର ସି.ଆର. ସି. ସି. ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଭରତ ସାହୁ, ବର୍ତ୍ତମାନର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ରାଉତ ଓ ଉପ ସଭାପତି ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଭା କାର୍ଯ୍ୟଟି ପରିଚାଳିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସଭା କାର୍ଯ୍ୟ ସୁଚାରୁ ରୂପେ ପରିଚାଳନାରେ ସହ ଯୋଗ କରିଥିଲେ।
ମଣିଭଦ୍ରା ଖବର, ଗଣିଆ



Post a Comment