BREAKING
Loading...
:

ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା l

 ସାଇବର ଅପରାଧ ଓ ଫେକ୍‌ ଆଇଡିରେ ଅପପ୍ରଚାର ପ୍ରସଙ୍ଗ ନେଇ ଜିଲ୍ଲା ସଭାପତି ଓ ଏସ୍‌ପିଙ୍କ ସହ ଆଲୋଚନା l



ବାଲିଗୁଡ଼ା: -: ବାଲିଗୁଡ଼ାର ଜଣେ ଯୁବ, ଶିକ୍ଷିତ ତଥା ଜନସାଧାରଣଙ୍କ ମଧ୍ୟରେ ପରିଚିତ ଚେହେରା ଅମିତ କୁମାର ନାୟକ ଫୁଲବାଣୀ ଗସ୍ତ କରି ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ପ୍ରଦୀପ କୁମାର ମହାନ୍ତିଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ ବିଜେଡି କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଏବଂ କନ୍ଧମାଳ ଏସ୍‌ପିଙ୍କ ସହ ସାକ୍ଷାତ୍‌ କରି ବାଲିଗୁଡ଼ା ଅଞ୍ଚଳରେ ବଢ଼ୁଥିବା ସାଇବର ଅପରାଧ ଓ ସୋସିଆଲ ମିଡିଆରେ ଫେକ୍‌ ଆଇଡି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟ ଓ ଅପପ୍ରଚାର ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ହେଉଥିବା ଅପପ୍ରଚାର ଓ ବ୍ୟକ୍ତିଗତ ସମ୍ମାନହାନି ଭଳି ଘଟଣା ଉପରେ ରୋକ୍‌ ଲଗାଇବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଦିଗରେ ଶ୍ରୀ ନାୟକ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସାକ୍ଷାତ୍‌ ସମୟରେ ଫୁଲବାଣୀର ବରିଷ୍ଠ ବିଜେଡି ନେତା ତଥା ଫୁଲବାଣୀ ପୌରପାଳିକାର ପ୍ରଥମ ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେ ଏବଂ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ପ୍ରତାପ ପାତ୍ର ଉପସ୍ଥିତ ଥିଲେ। ଅମିତ କୁମାର ନାୟକଙ୍କ ସହ ସୁଧାକର ନାୟକ, ମାନସ ନାୟକ, ପଙ୍କଜ ନାୟକ, ପିଣ୍ଟୁ ଭାଇଙ୍କ ସମେତ ଅନ୍ୟାନ୍ୟ ଯୁବ ସହଯୋଗୀ ମଧ୍ୟ ଯୋଗଦେଇଥିଲେ। ଯୁବ ନେତୃତ୍ୱ ଓ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଏହି ମିଳନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ୍‌ରେ ସୀମିତ ନରହି ବାଲିଗୁଡ଼ା ଅଞ୍ଚଳର ଜନସ୍ୱାର୍ଥ, ଯୁବ ସମାଜର ସମସ୍ୟା ଏବଂ ଆଗାମୀ ଦିନର ରାଜନୈତିକ ଦିଗକୁ ନୂଆ ଦିଶା ଦେବ ବୋଲି ସମର୍ଥକ ମହଲରେ ଆଶା ପ୍ରକାଶ ପାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS