BREAKING
Loading...
:

କିଶୋର ପ୍ରସାଦରେ ରାସଯାତ୍ରା ମହୋତ୍ସବ,ଗୋଟେ ଶୁଆ ଗୋଟେ ଶାରୀ ନାଟକରେ ଝୁମିଲେ ଦର୍ଶକ

 କିଶୋର ପ୍ରସାଦରେ ରାସଯାତ୍ରା ମହୋତ୍ସବ,ଗୋଟେ ଶୁଆ ଗୋଟେ ଶାରୀ ନାଟକରେ ଝୁମିଲେ ଦର୍ଶକ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ କିଶୋର ପ୍ରସାଦ ଠାରେ ରାସଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।   ଉଦଘାଟନ ଦିବସରେ ଅତିଥି ଭାବେ ଗ୍ରାମ କମିଟିର ସଭାପତି ସନାତନ ପୃଷ୍ଟି ଉପ ସଭାପତି ପ୍ରମୋଦ କୁମାର ପୃଷ୍ଟି ,ସମ୍ପାଦକ ମନୋରଞ୍ଜନ ବେହେରା, ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ର,ପ୍ରସନ୍ନ ବେହେରା, ଜଗଦୀଶ ଚନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ବେହେରା, ତ୍ରିଲୋଚନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । କମିଟି ତରଫରୁ ବରିଷ୍ଠ ନାଗରିକ ଦେବରାଜ ପୃଷ୍ଟି ମାର୍କଣ୍ଡ ପ୍ରଧାନ ମହେଶ୍ୱର ଦାସ, ବଳରାମ ସ୍ୱାଇଁ, ଅନ୍ତର୍ଯ୍ୟାମୀ ପ୍ରଧାନ, ସତ୍ୟବାଦୀ ସ୍ୱାଇଁ, ଲିଙ୍ଗରାଜ ରାଉତ, ପଞ୍ଚାନନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । 



 ଉଦ୍‌ଘାଟନୀ ଦିବସରେ  ସାମାଜିକ ନାଟକ 'ଗୋଟେ ଶୁଆ ଗୋଟେ ଶାରୀ' ମଞ୍ଚସ୍ଥ ହୋଇଥିବା ବେଳେ  ୨୩ ତାରିଖ ସୋମବାର ରାତିରେ 'କଟି କଟି ଡବଲ କଟି' ,୨୪ ତାରିଖରେ ସାମାଜିକ ନାଟକ 'ହରିଶ୍ଚନ୍ଦ୍ର',୨୫ତାରିଖରେ  ସାମାଜିକ ନାଟକ 'ହା କୃଷ୍ଣ ବୋଲି ଯାଉ ଜୀବ' ନାଟକ ମଞ୍ଚସ୍ଥ ହେବ । ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ପ୍ରତିବର୍ଷ ଏଭଳି ନାଟକ ମଞ୍ଚସ୍ଥ ହୋଇ ଆସୁଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS