ପୂର୍ବତନ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ
ଗଣିଆ (ମଣିଭଦ୍ରା ଖବର) ପୂର୍ବତନ ସାଂସଦ,ମହାନ ଜନନାୟକ ତଥା ତୁଙ୍ଗନେତା ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗଣିଆରେ ଥିବା ରୁଦ୍ରପ୍ରେମୀଙ୍କ ତରଫରୁ ଗଣିଆ ବଜାରରେ ରୁଦ୍ରମାଧବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ବ୍ରଜମୋହନ ମିଶ୍ର,ଅଜୟ କୁମାର ଲେଙ୍କା,ପ୍ରଶନ୍ନ କୁମାର ସାହୁ, ସୁଧାଂଶୁ ଗଣ୍ଠିଆ,ଦଣ୍ଡଧର ଦାସ, ପ୍ରକାଶ କୁମାର ସାହୁଙ୍କ ସମେତ ବହୁ ବିଜୁପ୍ରେମୀ ସହଯୋଗ କରିଥିଲେ । ଶିକ୍ଷକତା ଜୀବନରୁ ଆରମ୍ଭ କରି ସମାଜ ସେବାପାଇଁ ରାଜନୀତି ରେ ପାଦଦେଇଥିଲେ ରାୟ ବାବୁ । ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସଂଘର୍ଷମୟ ଜୀବନ ଅତିବାହିତ କରି ସଫଳତାର ଶୀର୍ଷରେ ପହଂଚି ଥିଲେ ସେ । ନିଷ୍କପଟ ଜୀବନ ଶୈଳୀ ଓ ଭାଇଚାରର ପରିଚୟ ଦେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଜଣେ ସଫଳ ରାଜନେତା ଭାବେ ସେ ନିଜକୁ ପ୍ରତିପାଦିତ କରି ପାରିଥିଲେ ।
ମଣିଭଦ୍ରା ଖବର, ଗଣିଆ




إرسال تعليق