ଗଣିଆ ରାମ ମନ୍ଦିରରେ ଶେଷ ମଙ୍ଗଳବାର ପାଇଁ ଦୀପଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ
ଗଣିଆ ( ମଣିଭଦ୍ରା ଖବର) ଧର୍ମ ମାସ ଭାବରେ ପରିଗଣିତ କାର୍ତ୍ତିକ ମାସରେ ବିଭିନ୍ନ ମନ୍ଦିରରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହେଉଅଛି । ଭକ୍ତ ମାନେ ମନ୍ଦିର ଗୁଡିକରେ ଉପସ୍ଥିତ ରହି ଦୀପଦାନ କରିବା ସହିତ ନିଜ ପରିବାରର ଶୁଭ ମନାସୁଛନ୍ତି । ଏହି ଅବସରରେ ଗଣିଆରେ ଥିବା ରାମ ମନ୍ଦିରରେ କାର୍ତ୍ତିକ ମାସର ପ୍ରତ୍ୟେକ ମଙ୍ଗଳବାର ଦୀପଦାନ ଉତ୍ସବ ଅନୁଷ୍ଠିତ ହେଉଅଛି । ଆସନ୍ତାକାଲି ଶେଷ ମଙ୍ଗଳବାର ଅବସରରେ ଏଠାରେ ଦିନ ତମାମ ବିଭିନ୍ନ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ସଂଧ୍ୟା ସମୟରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରାୟ ୧ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି ।
ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି । ଶେଷ ମଙ୍ଗଳବାର ସହିତ କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବାରୁ ମନ୍ଦିରରେ ଉପସ୍ଥିତ ରହି ଦୀପଦାନ କଲେ କୋଟିପୁନ୍ୟ ଅର୍ଜନ ହୁଏ । ମନ୍ଦିର ପରିଚାଳନା କମିଟିର ପ୍ରଭାତ କୁମାର ଦାଶ,ଆନନ୍ଦ ଚନ୍ଦ୍ର ବେହେରା, ବ୍ରଜମୋହନ ମିଶ୍ର,ଅଜୟ କୁମାର ଲେଙ୍କା, ଜଗନ୍ନାଥ ଦାଶ,ପ୍ରଶନ୍ନ କୁମାର ସାହୁ, ଉମାକାନ୍ତ ଦାଶଙ୍କ ସମେତ ଗ୍ରାମବାସୀ ସହଯୋଗ କରିଆସୁଛନ୍ତି ।
ମଣିଭଦ୍ରା ଖବର, ଗଣିଆ



إرسال تعليق