BREAKING
Loading...
:

ହଠାତ୍ ବୋଟ୍ ରେ ପଶିଗଲା ପାଣି , ସମୁଦ୍ରରେ ଢଳିଗଲା ବୋଟ୍, ଭାସିଗଲା ମାଛ ଓ ଜାଲ

 ହଠାତ୍ ବୋଟ୍ ରେ ପଶିଗଲା ପାଣି , ସମୁଦ୍ରରେ ଢଳିଗଲା ବୋଟ୍, ଭାସିଗଲା ମାଛ ଓ ଜାଲ।                       




     ପାରାଦୀପ:-ପାରାଦୀପ ରେ ହଠାତ ବୋଟ ରେ ପଶିଲା ପାଣି ସମୁଦ୍ରରେ ଢଳିଗଲା ବୋଟ, ଭାସିଗଲା ମାଛ ଓ ଜାଲ। ପହଁରି କୂଳକୁ ଫେରି ଆସି ଜୀବନ ବଞ୍ଚାଇଲେ ୭ ଜଣ ମତ୍ସ୍ୟଜୀବୀ। ବିଳମ୍ବିତ ରାତିରେ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ଏଭଳି ଏକ ବଡ଼ ଅଘଟଣ ର ସମ୍ମୁଖୀନ ହୋଇଛନ୍ତି ମତ୍ସ୍ୟଜୀବୀ। ପାରାଦ୍ଵୀପ ଲାଇଟ୍ ହାଉସ ସମ୍ମୁଖ ଷଣ୍ଢକୁଦ ବସ୍ତି ପାଖାପାଖି ସମୁଦ୍ର ରେ ଘଟିଛି ଏଭଳି ଅଘଟଣ। ତେବେ ବୋଟ୍ ରେ ପାଣି ପଶିବା ର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ କୌଣସି ଏକ ଜିନିଷ ବୋଟ୍ ର ତଳ ଅଂଶ ରେ ବାଜି ହଠାତ୍ ବୋଟ୍ ରେ ପାଣି ପଶିଥାଇ ପାରେ କିମ୍ବା ଅଧିକ ଲୋଡିଂ ଯୋଗୁଁ ବୋଟ୍ ର କୌଣସି ଅଂଶ ଭାଙ୍ଗି ଯିବାରୁ ପାଣି ପଶିଥିବା ଅନୁମାନ କରାଯାଉଛି। ତେବେ ୧୭ ବର୍ଷ ତଳେ ଉକ୍ତ ସ୍ଥାନରେ ଏକ ଲୁହାପଥର ବୋଝେଇ ଜାହାଜ ବୁଡ଼ି ଯାଇଥିବା ବେଳେ, ଏବେବି ଉକ୍ତ ଜାହାଜ ସେହିଠାରେ ସମୁଦ୍ର ଭିତରେ ପୋତି ହୋଇ ରହିଛି। ଏବଂ ଏହା ଉପରକୁ ଦେଖା ଯାଉ ନାହିଁ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମୁଦ୍ର କୂଳରେ ଏହି ଅଘଟଣ ଘଟିଥିବାରୁ ଉକ୍ତ ବୋଟ୍ ରେ ଥିବା ସମସ୍ତ ୭ ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରି ଆସିଛନ୍ତି। ଏବେ ବି ଉକ୍ତ ବୋଟ୍ ଅଧା ବୁଡିବା ଅବସ୍ଥାରେ କୂଳ ଠାରୁ କିଛି ଦୂରରେ ଭାସୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS