BREAKING
Loading...
:

ଆନ୍ଧ୍ର ରୁ ଓଡିଶା ମୁହାଁ ବାଘ, ସତର୍କ ସୂଚନା ଦେଲେ ବନଖଣ୍ଡ ଅଧିକାରୀ*

 *ଆନ୍ଧ୍ର ରୁ ଓଡିଶା ମୁହାଁ ବାଘ, ସତର୍କ ସୂଚନା ଦେଲେ ବନଖଣ୍ଡ ଅଧିକାରୀ*




ମାଲକାନଗିରି ତା ୨/୧୧ (ମଣିଭଦ୍ରା ଖବର)  ଆନ୍ଧ୍ରପ୍ରଦେଶ ର ପାପିକୋଣ୍ଡାଲୁ ଅଞ୍ଚଳରୁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳକୁ ଏକ ବାଘ ପସି ଆସିଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ଭୋରୁ ଏକ ରେଡିଓ କଲର ଲଗା ବାଘ ମୋଟୁ ବନାଞ୍ଚଳରେ ଘୁରି ବୁଲୁଥିବାର ସେଟଲାଇଟ ମାଧ୍ୟମରେ ସୂଚନା ପାଇଥିବା ପ୍ରକାଶ କରିଛନ୍ତି। ବାଘର ଆନୁମାନିକ ବୟସ ୪ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି।ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଙ୍କ ମାନକ ପରିଚାଳନା ପଦ୍ଧତି ଅନୁଯାୟୀ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବାର ମାଲକାନଗିରି ବନ ଖଣ୍ଡିୟ ଅଧିକାରୀ ସୂଚନା ଦେଇଛନ୍ତି।

ଆଖପାଖ ଗାଁ ଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରି ଲୋକଙ୍କୁ ବାଘର ଉପସ୍ଥିତି ବିଷୟରେ ସତର୍କ କରାଯାଉଛି। ଗ୍ରାମବାସୀଙ୍କୁ ସତର୍କ ରହିବାକୁ, ବିପଦପୂର୍ଣ୍ଣ ଅଞ୍ଚଳକୁ ନ ଯିବାକୁ ଏବଂ ବାଘ ପାଖକୁ ନ ଯିବା କି ତାକୁ ବିରକ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି।


ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ Rapid Response Team (RRT) ଏବଂ ଫିଲ୍ଡ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଯାହା ଫଳରେ କୌଣସି ଅଘଟଣ ନ ଘଟେ। ବନ ବିଭାଗ ପକ୍ଷରୁ ସମସ୍ତଙ୍କୁ ସହଯୋଗ କରିବାକୁ, କର୍ମଚାରୀଙ୍କ ନିର୍ଦ୍ଦେଶ ମାନିବାକୁ ଏବଂ ବାଘ ଦେଖିଲେ, ନୂଆ ପାଦ ଚିହ୍ନ ଦେଖିଲେ ତୁରନ୍ତ ନିକଟସ୍ଥ ବନ କର୍ମଚାରୀଙ୍କୁ ଜଣାଇବାକୁ ନିବେଦନ କରାଯାଇଛି।


ସତ୍ୟ ନାରାୟଣ ଦାଶ, ମାଲକାନଗିରି

Post a Comment

أحدث أقدم
Header ADS