BREAKING
Loading...
:

ଚଉବଙ୍ଗ ଛକ ଲକ୍ଷ୍ମୀ ବଜାରରେ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ

 ଚଉବଙ୍ଗ ଛକ  ଲକ୍ଷ୍ମୀ ବଜାରରେ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ 

ଗଣିଆ ୩୧/୧୦(ମଣିଭଦ୍ରା ଖବର) ଗଣିଆ ବ୍ଲକ ଚଉବଙ୍ଗ ଛକ ଠାରେ ଥିବା ଲକ୍ଷ୍ମୀ ବଜାର ପରିସରରେ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ପରମାନନ୍ଦ ସାହୁ, କୋଷାଧ୍ୟକ୍ଷ ବିପିନ କୁମାର ମହାପାତ୍ର,ବିଜୟ କୁମାର ପଣ୍ଡା,ମାନସ କୁମାର ବେହେରାଙ୍କ ସମେତ ୪୦ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ । ଆସନ୍ତା ୮ ତାରିଖରେ କାଳିପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ୧୦ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୧୧ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ପୂଜା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ସଦସ୍ୟ ମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା । ସମସ୍ତେ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ପୂଜା ସମାପନ କରିବାକୁ ସଭାପତି ସମସ୍ତଙ୍କୁ ନିବେଦନ କରିଥିଲେ । ୨୦୧୦ ମସିହାରୁ ଉକ୍ତ ବଜାର ପରିସରରେ କାଳୀପୂଜା ପାଳିତ ହୋଇ ଆସୁଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS