ପ୍ଲାଷ୍ଟିକ୍ ଧୂଆଁ ଓ ପ୍ରଦୂଷଣରେ କୁଜଙ୍ଗବାସୀ ହନ୍ତସନ୍ତ
କୁଜଙ୍ଗ: -,ପୁରାତନ ବି.ବି. ହାଇସ୍କୁଲ ନିକଟ ଜଳାଶୟରେ ଚୋରା କବାଡ଼ଆ କାରବାର ଅଭିଯୋଗ
କୁଜଙ୍ଗ: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ପଞ୍ଚାୟତରେ ପ୍ଲାଷ୍ଟିକ୍ ଧୂଆଁ ପ୍ରଦୂଷଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଛି। କୁଜଙ୍ଗର ପୁରାତନ ବି.ବି. ହାଇସ୍କୁଲ ନିକଟରେ ଥିବା ଜଳାଶୟ ପାଖରେ ଚୋରା କବାଡ଼ଆ କାରବାର ଚାଲିଥିବା ଏବଂ ସେଠାରେ ପ୍ଲାଷ୍ଟିକ୍ ପୋଡ଼ାଯାଉଥିବା ନେଇ ଅଭିଯୋଗ ହୋଇଛି। ଜଳାଶୟ ନିକଟରେ ପ୍ଲାଷ୍ଟିକ୍ ପୋଡ଼ାଯାଉଛି
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କବାଡ଼ଆ ସଂଗ୍ରହ ଓ ବିଛିନ୍ନ କରିବା ପ୍ରକ୍ରିୟା ସମୟରେ ଅବ୍ୟବହୃତ ପ୍ଲାଷ୍ଟିକ୍କୁ ଜଳାଶୟ ନିକଟରେ ଖୋଲା ଆକାଶ ତଳେ ପୋଡ଼ାଯାଉଛି। ଏହା ଫଳରେ ଘନ କଳା ଧୂଆଁ ଚାରିପାଖରେ ପ୍ରସାରିତ ହୋଇ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା କୁହାଯାଉଛି। ବିଦ୍ୟାଳୟ ଓ ଜଳାଶୟ ନିକଟରେ ଏଭଳି କାର୍ଯ୍ୟକଳାପ ଚାଲିଥିବାରୁ ଏହାର ବୈଧତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ,ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ବିପଦ।
ପ୍ଲାଷ୍ଟିକ୍ ପୋଡ଼ାଯିବାରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଶ୍ୱାସକ୍ରିୟାଜନିତ ସମସ୍ୟା, ଆଖି ଜ୍ୱଳନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜଟିଳତାର ଆଶଙ୍କା ସୃଷ୍ଟି କରିପାରେ। ଶିଶୁ, ବୃଦ୍ଧ ଓ ଶ୍ୱାସକ୍ରିୟା ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଏଥିରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ବିଦ୍ୟାଳୟ ନିକଟରେ ଧୂଆଁ ପ୍ରସାରିତ ହେଲେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପରିବେଶ ପ୍ରଭାବିତ ହୋଇପାରେ। ଏହାସହ ପ୍ଲାଷ୍ଟିକ୍ର ଅବଶିଷ୍ଟ ଜଳାଶୟରେ ପଡ଼ିଲେ ଜଳଦୂଷଣ, ମାଟିର ଗୁଣମାନ ହ୍ରାସ ଓ ଜଳଜୀବଙ୍କ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
ପ୍ରଶାସନିକ କଣ ପାଇଁ ପଦକ୍ଷେପ ନେଉନାହାନ୍ତି ତୁରନ୍ତ ତଦନ୍ତ ଓ ନିରୀକ୍ଷଣ ଦାବି କରିଛନ୍ତି କୁଜଙ୍ଗ ବାସୀ।ସ୍ଥାନୀୟ ପ୍ରଶାସନ ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ। ଜଳାଶୟ ଓ ବିଦ୍ୟାଳୟ ପରିସର ନିକଟରେ ପ୍ଲାଷ୍ଟିକ୍ ପୋଡ଼ାଯିବା ଉପରେ ତତ୍କାଳ ରୋକ ଲଗାଇବା ସହ ଅବୈଧ କବାଡ଼ଆ କାରବାର ଚିହ୍ନଟ କରି ଆଇନୀଗତ ପଦକ୍ଷେପ ନିଅନ୍ତୁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق