BREAKING
Loading...
:

ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର: ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ*

 ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର: ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ*



ମାଲକାନଗିରି ତା ୨/୧୧ (ମଣିଭଦ୍ରା ଖବର) ମାଲକାନଗିରି ଜିଲ୍ଳା ପଡ଼ିଆ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଅଧ୍ୟକ୍ଷତା କରିଥିବା ବେଳେ  ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ପଡିଆ ବିଡିଓ ଅରବିନ୍ଦ ପ୍ରଧାନ  ଏବଂ ସହାୟକ ଜିଲ୍ଲାପାଳ ପ୍ରୀତମ ଦେବତା ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ।


ଏହି ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା, ଯେଉଁଥିରେ ୦୧ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ ଟି ଗ୍ରାମ୍ୟ/ସାମୁହିକ ଅଭିଯୋଗ ସାମିଲ ରହିଥିଲା।


ଲୋକମାନଙ୍କର ମୌଳିକ ସମସ୍ୟା, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗକୁ ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ। ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗପତ୍ରଗୁଡ଼ିକୁ ତୁରନ୍ତ ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସିଡିଓ-କମ୍-ଇଓ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


ସତ୍ୟ ନାରାୟଣ ଦାଶ, ମାଲକାନଗିରି

Post a Comment

أحدث أقدم
Header ADS