ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ; ଗଣିତ ପାଇଁ ଅଧିକ ୧୫ମିନିଟ୍ ସମୟ ଦିଆଯିବ
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ଶୁକ୍ରାବର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୭ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।
ମାର୍ଚ୍ଚ ୧୨- ମାତୃଭାଷା
ମାର୍ଚ୍ଚ ୧୫ - ବିଜ୍ଞାନ
ମାର୍ଚ୍ଚ ୧୭ - ଗଣିତ
ମାର୍ଚ୍ଚ ୧୮-ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ
ମାର୍ଚ୍ଚ ୧୯- ସାମାଜିକ ବିଜ୍ଞାନ
ମାର୍ଚ୍ଚ ୨୪- ଦ୍ୱିତୀୟ ଭାଷା ଇଂରାଜୀ
ମାର୍ଚ୍ଚ ୨୫- ହିନ୍ଦୀ
ମାର୍ଚ୍ଚ ୨୭- ସଂସ୍କୃତ
ସବୁ ପରୀକ୍ଷା ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କିନ୍ତୁ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଅଧିକ ୧୫ମିନିଟ୍ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق