ବିପଦ ସମୟରେ ମଣିଷ ପାଇଁ ମଣିଷ ହିଁ ସବୁଠୁ ବଡ଼ ଭରସା
ବ୍ରହ୍ମପୁର ତା 21/11/26
ବିପଦ ସମୟରେ ମଣିଷ ପାଇଁ ମଣିଷ ହିଁ ସବୁଠୁ ବଡ଼ ଭରସା। ପ୍ରବଳ ଜଳସ୍ରୋତ ମଧ୍ୟରେ ଫେରିବାର ବାଟ ଅବରୁଦ୍ଧ ଥିବା ସମୟରେ ଜୀବନ ରକ୍ଷା ପାଇଁ ଦେବଦୂତ ସାଜି ପହଞ୍ଚିଥିଲେ ଓଡ୍ରାଫ୍ର ଯବାନ ଭାଇମାନେ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଙ୍କୁଲି ପଞ୍ଚାୟତର ଦୁଲିଆ ଗ୍ରାମର ରାଇବାରୀ କାର୍ଜି ଓ ତାଙ୍କ ସ୍ୱାମୀ ସହଦେବ କାର୍ଜି ନିଜ ଗାଁକୁ ଫେରୁଥିବା ବେଳେ ବାଘଲଟି ଡ୍ୟାମ୍ ନିକଟସ୍ଥ ଜଳଘେରା ଅଞ୍ଚଳରେ ଅଟକି ଯାଇଥିଲେ। ଚାରିଆଡ଼େ ପାଣି, ଆଗକୁ ବଢ଼ିବାର ବାଟ ନାହିଁ। ଏଭଳି ସ୍ଥିତିରେ ଆଶାର କିରଣ ନେଇ ପହଞ୍ଚିଥିଲା ଓଡ୍ରାଫ୍ ଟିମ୍।
ଏହି ସୂଚନା ପାଇବା ମାତ୍ରେ ଚତୁର୍ଥ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଓଡ୍ରାଫ୍ ଦଳ ତୁରନ୍ତ ନିଜ କାର୍ଯ୍ୟରେ ଲାଗି ପଡ଼ିଥିଲେ। ଜଳଭରା ଓ ବିପଦପୂର୍ଣ୍ଣ ଅଞ୍ଚଳ ଦେଇ ଦଳ ଉଭୟଙ୍କୁ ସୁରକ୍ଷିତ ଭାବେ ଆବଶ୍ୟକ ଶୁଖିଲା ରାସନ ସହ ନିଜ ଘରେ ପହଞ୍ଚାଇ ଦେଇଥିଲେ।
ଏହି ଉଦ୍ଧାର କାର୍ଯ୍ୟରେ ଏସ୍.ଆଇ. (ସଶସ୍ତ୍ର) ଜଗତରାମ ରାୟଙ୍କ ନେତୃତ୍ୱରେ କନଷ୍ଟେବଳ ଭୂପେନ ସାମଲ, ଜ୍ଞାନନିଧି ଭୋଇ ଓ ଶୁଭେନ୍ଦୁ ପ୍ରଧାନଙ୍କ ସମେତ ଓଡ୍ରାଫ୍ ଦଳର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ। ନିଜ ସୁରକ୍ଷାକୁ ପଛରେ ରଖି ଅନ୍ୟର ଜୀବନ ରକ୍ଷା ପାଇଁ ଆଗେଇ ଆସିବା ହିଁ ସେମାନଙ୍କ ପ୍ରକୃତ ପରିଚୟ।
ରାଇବାରୀ ଓ ତାଙ୍କ ସ୍ୱାମୀ ସୁରକ୍ଷିତ ଭାବେ ନିଜ ଗାଁରେ ପହଞ୍ଚିବା ପରେ ଏହି ଉଦ୍ଧାର ଅଭିଯାନ ଶେଷ ହୋଇଥିଲା। ଓଡ୍ରାଫ୍ ଯବାନଙ୍କ ସାହସ, ସେବା ଓ ସମ୍ବେଦନଶୀଳତାକୁ ଉଭୟେ ଉଚ୍ଚ ପ୍ରଶଂସା କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق