ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷୟକ୍ଷତି ଆକଳନ ଆରମ୍ଭ,: କୃଷି ଅଧିକାରୀଙ୍କ ସହ ସାଂସଦଙ୍କ ପ୍ରତିନିଧିଙ୍କ କ୍ଷେତ୍ର ପରିଦର୍ଶନ l
ବାଲିଗୁଡ଼ା, - : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବିଶେଷକରି ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ଯୋଗୁଁ କୃଷିଜାତ ଫସଲର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗର ଅଧିକାରୀଙ୍କ ସହ ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ଦାସିଙ୍ଗବାଡ଼ି, ସୋନପୁର, ଗଦାପୁର ଓ ବ୍ରାହ୍ମଣୀଗାଁ ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଚାଷ ଜମି ବୁଲି ଫସଲର ସ୍ଥିତି ଓ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏହି ପରିଦର୍ଶନରେ ଦାରିଙ୍ଗବାଡ଼ି ଗୋଷ୍ଠୀ କୃଷି ଅଧିକାରୀ ଶଶାଙ୍କ କୁମାର ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଶ୍ଳେଷା ରଥ ଏବଂ ବୈଷୟିକ କୃଷି ସହାୟକ ଅଧିକାରୀ ଅରୁଣ କୁମାର ପ୍ରଧାନ ଉପସ୍ଥିତ ରହି କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ଦାରିଙ୍ଗବାଡ଼ି ବ୍ଲକର ସାଂସଦଙ୍କ କୃଷି ବିଭାଗୀୟ ପ୍ରତିନିଧି ଶ୍ୟାମ ମହାଙ୍କୁଡ ମଧ୍ୟ ସାମିଲ ହୋଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق