BREAKING
Loading...
:

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ,ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କଲା ସ୍ୱାମୀ।

 



ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ,ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କଲା ସ୍ୱାମୀ।

ଢ଼େଙ୍କାନାଳ,କାମାକ୍ଷାନଗର

          ମଦ୍ୟପ ସ୍ଵାମୀର ନୃଶଂସ କାଣ୍ଡ।ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କଲା ସ୍ୱାମୀ।କାମାକ୍ଷାନଗର ଥାନା ମାଳପୁରା  ଦେହୁରୀ ସାହିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଏହି ଅଭାବନୀୟ ଘଟଣାରେ ମୃତା ମହିଳା ହେଉଛନ୍ତି ସସ୍ମିତା ଖଟୁଆ।ସେ ଜଣେ ଅଙ୍ଗନବାଡ଼ି କର୍ମୀ ଥିବା ବେଳେ ତାଙ୍କର ଦୁଇଟି ଛୋଟ ଶିଶୁ ଅଛନ୍ତି। ଅଭିଯୁକ୍ତ ସ୍ଵାମୀ ଲଳିତ ରଣାଙ୍କ ଘର କଙ୍କଡାହାଡ଼ ଥାନା କଣ୍ଟାପାଳ ଚାରି ନମ୍ବର କଲୋନୀରେ ହୋଇଥିବା ବେଳେ ସେ କାମାକ୍ଷାନଗରର ଏକ ମାର୍ବଲ ଦୋକାନରେ କାମ କରନ୍ତି।

            ଅଭିଯୋଗ ଅନୁଯାୟୀ,ଲଳିତଙ୍କ ମଦ୍ୟପାନ ଓ ମାରପିଟ୍‌କୁ ନେଇ ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର ଝଗଡ଼ା ହେଉଥିଲା।  ଅପରାହ୍ନରେ ଲଳିତ ମଦ ପିଇ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା।ଏହି ସମୟରେ ଲଳିତ ଏକ ଛୁରୀରେ ସସ୍ମିତାଙ୍କ ପେଟ ଓ ପିଠିକୁ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଇ ଶିଶୁ ମାଆଙ୍କୁ ହରାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କାମାକ୍ଷାନଗର ପୋଲିସ ହତ୍ୟାକାରୀ ସ୍ବାମୀ କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS