BREAKING
Loading...
:

ରିଲ୍ସ ନିଶା ନେଲା ଜୀବନ




 *ରିଲ୍ସ ନିଶା ନେଲା ଜୀବନ ! ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ । ରେଳ ଧାରଣାରେ ରିଲ୍ସ କରିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ନାବାଳକ ଜଣକ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲୁପାଲି ଗାଁର ବୋଲି ଜଣାପଡ଼ିଛି।*



*ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରେଳ ଧାରଣା ନିକଟରେ ରିଲ୍ସ ବନାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୂର୍ବରୁ ମଧ୍ୟ ନାବାଳକ ଜଣକ ଟ୍ରେନ୍ ତଳେ ଶୋଇ ରିଲ୍ସ ବନାଇ ଭାଇରାଲ ହୋଇଥିଲେ । ବିପଜ୍ଜନକ କାର୍ଯ୍ୟ ନେଇ ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ତଥାପି ଚେତିନଥିଲେ ଅମାନିଆ ନାବାଳକ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS