BREAKING
Loading...
:

ଅପ୍ରେଲ ଓ ଅକ୍ଟୋବର ମାସରେ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାରେ ସଂଶୋଧନ

 



ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜିବୀଙ୍କ ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ତା ୧୮.୦୭.୨୦୨୪ ରିଖରୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ଉପରେ ପ୍ରତ୍ୟେକ ଅପ୍ରେଲ ଓ ଅକ୍ଟୋବର ମାସରେ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଉଛି । ଏହି କ୍ରମରେ ଚଳିତ ଅକ୍ଟୋବରରୁ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାରେ ଅତିରିକ୍ତ ଭାବେ ଦୈନିକ ୬ ଟଙ୍କା ବୃଦ୍ଧି କରାଯାଇ ତା.୦୧.୧୦.୨୦୨୬ ରିଖରୁ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ସହିତ ଦୈନିକ ସର୍ବନିମ୍ନ ମଜୁରି ଅଣକୁଶଳୀ ଶ୍ରମିକ/କର୍ମଚାରୀଙ୍କ ପାଇଁ ୪୭୨ ଟଙ୍କାରୁ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ/ କର୍ମଚାରୀଙ୍କ ପାଇଁ ୫୨୨ ଟଙ୍କାରୁ ୫୨୮ ଟଙ୍କା, କୁଶଳୀ ଶ୍ରମିକ/ କର୍ମଚାରୀଙ୍କ ପାଇଁ ୫୭୨ ଟଙ୍କାରୁ ୫୭୮ ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକ/ କର୍ମଚାରୀଙ୍କ ପାଇଁ ୬୨୨ ଟଙ୍କାରୁ ୬୨୮ ଟଙ୍କାକୁ ବୃଦ୍ଧି କରଯାଇଛି । ଏହା ରାଜ୍ୟର କର୍ମଜିବୀଙ୍କ ଆର୍ଥିକ ବିକାଶରେ ସହାୟକ ହେବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS