ମଇଦାନରେ ୧୩ ପ୍ରାର୍ଥୀ, ସହ ସମ୍ପାଦକ ସୁମନ ପରିଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ,ଛାତ୍ର ବିଜେଡିରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଶିବ
ଗଣିଆ ୧୦/୧୦(ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ୭ଟି ବିଭାଗ ପାଇଁ ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଶନିବାର ଛାତ୍ର ବିଜେଡିର ସହ ସମ୍ପାଦକ ପ୍ରାର୍ଥୀ ଶିବ ପ୍ରସାଦ ବେହେରା ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ଦେଇଛନ୍ତି । ଫଳରେ ସହ ସମ୍ପାଦକ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଏବିଭିପି ଛାତ୍ର ସୁମନ ପରିଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ଏବିଭିପି କ୍ୟାମ୍ପରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଛାତ୍ର ବିଜେଡ଼ି ମଧ୍ୟରେ ଆଶଙ୍କା ଦେଖାଦେଇଛି । ଛାତ୍ର ବିଜେଡିର ପ୍ରାର୍ଥୀ କାହିଁକି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ସେ ନେଇ କୈଣସି ପ୍ରତିକ୍ରିୟା ଜଣାପଡି ନଥିବା ବେଳେ ଚାପର ବଶବର୍ତ୍ତୀ ହୋଇ ଏଭଳି ସେ କରିଛନ୍ତି ବୋଲି ଅନ୍ୟ ଜଣେ ନେତା ପ୍ରକାଶ କରିଛନ୍ତି । ଏବିଭିପିର ପ୍ରାର୍ଥୀ ମାନେ ନିର୍ବାଚନ ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ବିସିଜେଡି ଛାତ୍ର ନେତା ମାନେ ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ୧୫ ତାରିଖରେ ନିର୍ବାଚନ ଥିବାରୁ ଛାତ୍ର ଛାତ୍ରୀ ମାନେ କାହାକୁ ପସନ୍ଦ କରୁଛନ୍ତି ଏବଂ କାହାର ପଲ୍ଲା ଭାରି ରହୁଛି ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।


إرسال تعليق