BREAKING
Loading...
:

ଓଡ଼ିଶା ବନ୍ଦ ନାଁରେ ହିଂସାର ଅଭିଯୋଗ, ଉଠିଲା ବଡ଼ ପ୍ରଶ୍ନ

 *ଓଡ଼ିଶା ବନ୍ଦ ନାଁରେ ହିଂସାର ଅଭିଯୋଗ, ଉଠିଲା ବଡ଼ ପ୍ରଶ୍ନ*



କଟକ : ଓଡ଼ିଶା ବନ୍ଦ ଡାକରାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଉତ୍ତେଜନା। ବନ୍ଦ ପାଳନ ସମୟରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା, ଗାଡ଼ି ଅଟକାଇବା ଏବଂ ଭଙ୍ଗାରୁଜା ଭଳି ଅଭିଯୋଗ ସାମ୍ନାକୁ ଆସିଛି।


କେତେକ ସ୍ଥାନରେ ବନ୍ଦକୁ ନେଇ ସାଧାରଣ ଲୋକ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଚସା ଓ ମାଡ଼ପିଟ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଯାନବାହନ ଭଙ୍ଗାରୁଜା ଏବଂ ଲୋକଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ଏବେ ବନ୍ଦର ଆଭିମୁଖ୍ୟକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।


ନିଜ ଦାବିକୁ ନେଇ ଆନ୍ଦୋଳନ କରିବା ପ୍ରତ୍ୟେକ ରାଜନୈତିକ ଦଳର ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଏହି ଅଧିକାରର ଆଳରେ ସାଧାରଣ ଲୋକଙ୍କୁ ରାସ୍ତାରେ ଅଟକାଇବା, ତାଙ୍କ ଗାଡ଼ି ଭାଙ୍ଗିବା କିମ୍ବା ମାଡ଼ ମାରିବାର ଅଭିଯୋଗ ଯଦି ସତ ହୁଏ, ତେବେ ଏହା ନିଶ୍ଚିତ ଭାବେ ଗଣତାନ୍ତ୍ରିକ ପ୍ରତିବାଦର ସୀମାକୁ ନେଇ ପ୍ରଶ୍ନ ଉଠାଏ।


ବନ୍ଦ ଯୋଗୁଁ ଦିନମଜୁରିଆ, ରୋଗୀ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜରୁରୀ କାମରେ ବାହାରିଥିବା ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ପ୍ରଶ୍ନ ହେଉଛି—କୌଣସି ରାଜନୈତିକ ଦାବି ପାଇଁ ସାଧାରଣ ଲୋକଙ୍କୁ ଏଭଳି ହଇରାଣ ହେବାକୁ ପଡ଼ିଥାଏ ।


କଂଗ୍ରେସ ବିରୋଧୀ ଦଳରେ ଥାଇ ଆନ୍ଦୋଳନ କରିବାର ଅଧିକାର ରଖେ। କିନ୍ତୁ ସରକାରରେ ଥାଆନ୍ତୁ କିମ୍ବା ବିରୋଧୀ ଦଳରେ—କୌଣସି ଦଳ ଆଇନର ଊର୍ଦ୍ଧ୍ୱରେ ନୁହେଁ।


ତେଣୁ ବନ୍ଦ ସମୟରେ ଘଟିଥିବା ହିଂସା, ଭଙ୍ଗାରୁଜା ଓ ମାଡ଼ପିଟର ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଦରକାର। ଦୋଷୀ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ଆଇନ ଅନୁସାରେ ପଦକ୍ଷେପ ନିଆଯିବା ଆବଶ୍ୟକ।


କାରଣ ଗଣତନ୍ତ୍ରରେ ପ୍ରତିବାଦର ଅଧିକାର ଅଛି, କିନ୍ତୁ ହିଂସା କରିବାର ଅଧିକାର କାହାରି ନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS