ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଅକ୍ଟୋବର ୨ ତାରିଖ ଠାରୁ ବିଜୁ ଜନତା ଦଳ ତରଫରୁ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପରୀପ୍ରେକ୍ଷୀରେ ଗଣିଆରେ ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଗଣିଆ ବ୍ଳକ ସଭାପତି ଶେଷଦେବ ସ୍ବାଇଁଙ୍କ ସଭାପତିତ୍ବରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, କିଶୋର ପ୍ରସାଦର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା,ଆଡକଟାର ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ,୮ଟି ପଞ୍ଚାୟତର ବିଜୁ ଜନତା ଦଳର ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା, ଆଗଧାଡିର କର୍ମୀ ଉପସ୍ଥିତ ଥିଲେ । ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ଏହି ପଦଯାତ୍ରାରେ ସାମିଲ ହେବାକୁ ବ୍ଳକ ସଭାପତି ମତ ଦେଇଥିଲେ ।
ଗାଁ ଗାଁରେ ପହଞ୍ଚି ବର୍ତମାନ ସରକାରଙ୍କ ଅପାରଗତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ବିଧାୟକ ନିବେଦନ କରିଥିଲେ । ଏହି ପଦଯାତ୍ରା ଗଣିଆରେ ୪ ଦିନ ହେବ ବୋଲି ଜଣାପଡିଛି । ଅକ୍ଟୋବର ମାସ ୨୩ ,୨୪ ଏବଂ ୨୫ ତାରିଖରେ ୭ଟି ପଞ୍ଚାୟତ ଏବଂ ସ୍ବତନ୍ତ୍ର ଭାବେ ବଡସିଲିଙ୍ଗା ପଞ୍ଚାୟତରେ ଗୋଟିଏ ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ସ୍ବାଇଁ ଜଣାଇଛନ୍ତି । ଆଗାମୀ ୨୦୨୭ରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ଜନସମ୍ପର୍କ ପଦଯାତ୍ରା ଆଗକୁ ବଢିବାକୁ ଖୋରାକ ଯୋଗାଇବ ବୋଲି ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ



إرسال تعليق