ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ତରଫରୁ କବିତା ଆସର
ଦଶପଲ୍ଲା ୧୮/୮(ମଣିଭଦ୍ରା ଖବର) ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଦଶପଲ୍ଲା ତରଫରୁ ଏକ କବିତା ଆସର ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଶିକ୍ଷାବିତ ପ୍ରଶନ୍ନ କୁମାର ଶତପଥି ଙ୍କ ସଭାପତିତ୍ବରେ ଆୟୋଜିତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଆଡଭୋକେଟ ଶରତ କୁମାର ବେହେରା , ମୁଖ୍ୟ ବକ୍ତା ଭାବେ ପ୍ରେସ କ୍ଲବ ସଂପାଦକ ଡ ପ୍ରଫୁଲ୍ଲ କୁମାର ଦାଶ , ବରିଷ୍ଠ ନାଗରିକ ମଂଚ ର ସଭାପତି ପ୍ରାଣକୃଷ୍ଣ ବେହେରା ଯୋଗଦାନ କରିଥିଲେ । ଅତିଥି ବୃନ୍ଦ ସ୍ଵାଧିନତା ଦିଵସ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ,କବିତା ଆସରରେ କବି ମାନେ ସ୍ଵାଧିନତା ଦିବସ ଉପରେ କବିତା ପାଠ କରିଥିଲେ । କବି ମହେଶ୍ୱର ବେହେରା, ବିରଂଚି ନାରାୟଣ କର, କିଶୋର ଚନ୍ଦ୍ର ଦଳବେହେରା,ପ୍ରଫୁଲ କୁମାର ମିଶ୍ର, ସୁରେନ୍ଦ୍ର କୁମାର ମିଶ୍ର, ଗଙ୍ଗାଧର ପ୍ରଧାନ, ରବିନ୍ଦ୍ରନାଥ ମିଶ୍ର,ବନମାଳୀ ପ୍ରଧାନ,ସୁଚିସ୍ମିତା ଵରାଡ, ନନ୍ଦିନୀ କହଁର ସର୍ବେଶ୍ଵର ଦାଶ ପ୍ରଣଵକୁମାର ପଟ୍ଟନାୟକ,ପ୍ରମୁଖ କବିତା ପାଠ କରିଥିଲେ । କବି ସୁରେନ୍ଦ୍ର ଦୁଇ ଜଣ କଲେଜ ଛାତ୍ରୀ ପାଇଁ ଆଣିଥିବା ପୁସ୍ତକ ଅତିଥି ବୃନ୍ଦ ପ୍ରଦାନ କରିବା ସହ ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ପରିଡାଙ୍କ ଲିଖିତ ଢଗ ଢମାଳି ପ୍ରଶ୍ନ "କହିଲା ଦେଖି "ପୁସ୍ତକ ସମସ୍ତ ଙ୍କୁ ବଣ୍ଟନ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନ ର ସଂପାଦକ ପ୍ରକାଶ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।
ଚିତ୍ତରଞ୍ଜନ ମିଶ୍ର,ଦଶପଲ୍ଲା


إرسال تعليق