BREAKING
Loading...
:

ବେଙ୍ଗାଲୁରୁରେ ଓଡ଼ିଆ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ୱାମୀ, ଦେଢ଼ଶୂର କୋର୍ଟ ଚାଲାଣ

 



ବେଙ୍ଗାଲୁରୁରେ ଓଡ଼ିଆ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ୱାମୀ, ଦେଢ଼ଶୂର କୋର୍ଟ ଚାଲାଣ 

*ଝିଅର ବାପଘର ପକ୍ଷରୁ ଥାନାରେ ହୋଇଥିଲା ଏତଲା

*ତତ୍ପରତା ଦେଖାଇଛି ବେଙ୍ଗାଲୁରୁ ପୋଲିସ

*ରିସ୍କ ନେବାକୁ ଚାହୁଁ ନାହିଁ ନିକିରାଇ ଥାନା 

କେନ୍ଦ୍ରପଡ଼ା, -: 

ଚଳିତ ଜୁଲାଇ ମାସ ୧୭ ତାରିଖ ଶୁକ୍ରବାର ଦିନ ୧୧ ଘଟିକା ସମୟରେ ବେଙ୍ଗାଲୁରୁ ସ୍ଥିତ ବୈପ୍ପାନାହାଲି ଥାନା ଅନ୍ତର୍ଗତ କ୍ରିଷ୍ଣାୟାପଲାୟା ବସ୍ତି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଜଣେ ଓଡ଼ିଆ ମହିଳା ଆତ୍ମହତ୍ୟା କରିଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ଅପରପକ୍ଷେ ଝିଅର ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଡରା ଗ୍ରାମର ପ୍ରବୋଧ ମଲ୍ଲିକ ଓ ତାର ବଡ଼ଭାଇ ପ୍ରତାପ ମଲ୍ଲିକ ଓ ଭାଉଜ ମଞ୍ଜୁଲତା ମଲ୍ଲିକ ଏମାନେ ସମସ୍ତେ ମିଶି ତାଙ୍କ ଝିଅ ବର୍ଷାରାଣୀ ସ୍ୱାଇଁକୁ ଜୀବନରେ ମାରିଦେବା ପରେ ସେ ରହୁଥିବା ଭଡ଼ାଘର ସିଲିଂ ଫ୍ୟାନରେ ଝୁଲାଇ ଦେଇଥିଲେ । ଏ ବାବଦରେ ଗତ ଜୁଲାଇ ୨୨ ତାରିଖ ଦିନ ବେଙ୍ଗାଲୁରୁ ବୈପ୍ପାନାହାଲି ଥାନା ଏବଂ କେନ୍ଦ୍ରପଡ଼ା ନିକିରାଇ ଥାନା ସମେତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଝିଅର ପରିବାର ପକ୍ଷରୁ ଅଭିଯୋଗ ଦାୟର ହୋଇଥିଲା । ଉକ୍ତ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ସ୍ଥିତ ବୈପ୍ପାନାହାଲି ଥାନା ପୋଲିସ୍ ଆସାମୀ ସ୍ୱାମୀ ପ୍ରବୋଧ ଓ ଦେଢ଼ଶୂର ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଙ୍ଗାଲୁରୁ ପୋଲିସ୍ ର ଏପରି ତ୍ୱରିତ ପଦକ୍ଷେପକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଢ଼େର ପ୍ରଶଂସା ମିଳିଥିବା ବେଳେ ଝିଅ ଘର ଲୋକେ ବେଙ୍ଗାଲୁରୁ ପୋଲିସ୍ କୁ ଧନ୍ୟବାଦ୍ ଜଣାଇଛନ୍ତି । ଅନ୍ୟପକ୍ଷେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିକିରାଇ ପୋଲିସର ଖାମଖିଆଲି ମନୋଭାବ ପାଇଁ ଜିଲ୍ଲାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ନିକିରାଇ ଥାନା ଅଧିକାରୀଙ୍କୁ ସାମ୍ବାଦିକ ବୁଝିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେବାକୁ ଆଗ୍ରହ ପ୍ରକାଶ କରିନଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS