BREAKING
Loading...
:

ଦେଶର ସମତଳ ଅଞ୍ଚଳଗୁଡ଼ିକରେ ମୌସୁମୀ ବର୍ଷା ହଠାତ୍ ଥମିଯାଇଥିଲେ ମଧ୍ୟ, ଆଜିଠାରୁ ପୁଣି ଥରେ ପ୍ରବଳ ବର୍ଷାର ପ୍ରକୋପ ଆରମ୍ଭ ହୋଇପାରେ।

 



*ଦେଶର ସମତଳ ଅଞ୍ଚଳଗୁଡ଼ିକରେ ମୌସୁମୀ ବର୍ଷା ହଠାତ୍ ଥମିଯାଇଥିଲେ ମଧ୍ୟ, ଆଜିଠାରୁ ପୁଣି ଥରେ ପ୍ରବଳ ବର୍ଷାର ପ୍ରକୋପ ଆରମ୍ଭ ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ, ବର୍ତ୍ତମାନ ୧୮ଟି ରାଜ୍ୟକୁ ବର୍ଷା, ଘଡ଼ଘଡ଼ି ସହ ପବନ ଓ ଝଡ଼ତୋଫାନର ସତର୍କତା ଜାରି କରାଯାଇଛି। ଏହା ସହିତ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ଓ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।*


*ପାଣିପାଗ ବିଭାଗ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ଓ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷାକୁ ନେଇ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକ ପାଇଁ ବର୍ଷା ଆଲର୍ଟ ଜାରି କରାଯାଇଛି। ଏହା ସହ ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ଦିଲ୍ଲୀ ଓ ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷିବ।*


*ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶା ପାଇଁ ବିଶେଷ ଭାବେ ଆଲର୍ଟ ଜାରି କରାଯାଇଛି।*


*ପାହାଡ଼ିଆ ଅଞ୍ଚଳରେ କେଉଁଠି ବାଦଲ ଫଟା ବର୍ଷା ହେଉଛି ତ ଆଉ କେଉଁଠି ପାହାଡ଼ ଧସିଯାଉଛି। ବଡ଼ ବଡ଼ ପଥର ଖସିବା କାରଣରୁ ରାସ୍ତା ଅବରୋଧ ହେଉଛି। ପ୍ରକୃତିର ଏହି ବିପର୍ଯ୍ୟୟରେ ରାସ୍ତା, ଦୋକାନ ଓ ଘର ସବୁ ବନ୍ୟା ପାଣିରେ ପ୍ରଭାବିତ ହେଉଛି। ଏହି ସଙ୍କଟ ଦେଶର ୧୮ଟି ରାଜ୍ୟରେ ଆହୁରି ମଧ୍ୟ ବଢିପାରେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS