BREAKING
Loading...
:

ପ୍ରକଳ୍ପ ଅଧିକାରର ତୁମାଣ୍ଡି ଗ୍ରାମ ପଞ୍ଚାୟତ ପ୍ରସାରଣ ସଭା ଅନୁଷ୍ଠିତ

 ପ୍ରକଳ୍ପ ଅଧିକାରର ତୁମାଣ୍ଡି ଗ୍ରାମ ପଞ୍ଚାୟତ ପ୍ରସାରଣ ସଭା ଅନୁଷ୍ଠିତ 

 


ଦଶପଲ୍ଲା ୧୪/୦୭ :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତୁମାଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ମିତାରାଣୀ ମାଝୀଙ୍କ ପୌରହିତ୍ୟରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ଅଧିକାରର ପ୍ରସାରଣ ଉତ୍ସବ ସ୍ଥାନୀୟ ଅଂଚଳର ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ, ଏମ.ବି.କେ. ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହୋଦୟଙ୍କ ସମେତ ସି. ଆର. ପି ଓ ୱାର୍ଡ ସଭ୍ୟ ଏ ଉତ୍ସବରେ ଯୋଗଦାନ କରି ପ୍ରକଳ୍ପ ଅଧିକାର କାର୍ଯ୍ୟକ୍ରମ ଓ ଏହାର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଆଲୋଚନା ସଭା ଅନୁଷ୍ଠିତ ହେଇଯାଇଛି। ତୁମାଣ୍ଡି ପରି ଅବହେଳିତ ଆଦିବାସୀ ବହୁଳ ବହୁ ପଛୁଆ ଗ୍ରାମ ପଞ୍ଚାୟତରେ ଥିବା ବଞ୍ଚିତ ହିତାଧିକାରୀଙ୍କ ପାଇଁ ଏହା ନିଶ୍ଚୟ ସହାୟକ ହେବ ବୋଲି ଉପସ୍ଥିତ ଗ୍ରାମ ବାସୀ କହିଥିଲା ବେଳେ ଏ ପ୍ରକଳ୍ପ ର ସଫଳତା ପାଇଁ ଗ୍ରାମ ପଂଚାୟତ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସରପଞ୍ଚ ଘୋଷଣା କରିଥିଲେ। ପ୍ରକଳ୍ପ ଅଧିକାରୀ ପ୍ରଭାତ କୁମାର ସାହୁ ଏ ପ୍ରକଳ୍ପର ଲକ୍ଷ୍ୟ,ଉଦେଶ୍ୟ, କାର୍ଯ୍ୟକ୍ରମ, କାର୍ଯ୍ୟଧାରା,କାର୍ଯ୍ୟକ୍ଷେତ୍ର, ଲକ୍ଷ୍ୟ ଗୋଷ୍ଠୀ ଓ ମିଳିଥିବା ସଫଳତା ବିଷୟରେ ପୂର୍ଣ୍ଣାଙ୍ଗ ତଥ୍ୟ ଉପସ୍ଥାପନା କରିବା ସହିତ ସବୁ ସ୍ତରରେ ଏ ପ୍ରକାର ଜନହିତକର ଉଦ୍ୟମକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଅଧିକାର ମିତ୍ର ଅଭିମନ୍ୟୁ ସାହୁ ଏ ସଭାକୁ ଆୟୋଜନ କରିବା ସହିତ ଏହାର ଆଭିମୁଖ୍ୟ ବିଷୟରେ କହିଥିଲେ ଓ ଅଧିକାର ମିତ୍ର ଦାମୋଦର ନାୟକ, ବବିତା ନାୟକ, ମାମିନୀ ନାୟକ, ମନୋରଞ୍ଜନ ସ୍ୱାଇଁ ଇତ୍ୟାଦି ନିଜ ନିଜ ପଞ୍ଚାୟତରେ ହିତାଧିକାରୀ ମାନେ ପାଇଥିବା ସଫଳତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧିକାର ମିତ୍ର ପ୍ରକାଶ ମଣ୍ଡଳ ପ୍ରକଳ୍ପ ଅଧିକାର ତରଫରୁ ଏକ ଜନ ସଚେତନତା ଗୀତ ପରିବେଷଣ କରିଥିବା ବେଳେ ଶ୍ରୀନିବାସ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS