କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ନୂତନ ପରିଚାଳନା କମିଟି ଗଠିତ,ବହୁମତରେ ବିଜୟୀ ହେଲେ ସୁଧାଂଶୁ
ଗଣିଆ ୧୪/୦୭(ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ସଭାପତି ପଦବୀ ପାଇଁ ଦୁଇ ଜଣଙ୍କ ନାମ ପ୍ରସ୍ତାବ ଆସିଥିଲା । ଫଳରେ କମିଟି ସଦସ୍ୟ ମାନେ ଭୋଟ ଦେଇ ସଭାପତି ଚୟନ କରିଥିଲେ । ନୂତନ ସଭାପତି ଭାବେ ସୁଧାଂଶୁ ଗଣ୍ଠିଆ ବହୁମତ ପାଇ ବିଜୟୀ ହୋଇଥିବା ଜଣାପଡିଛି । ଉପସଭାପତି ଭାବେ ସଶ୍ମିତା ଗଡ଼ନାୟକ ମନୋନୀତ ହୋଇଥିଲେ । ନୂତନ ସଭାପତିଙ୍କୁ କମିଟି ତଥା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସମସ୍ତେ ଏକତ୍ରିତ ହୋଇ ବିଦ୍ୟାଳୟକୁ ଆଗେଇ ନେବାରେ ସହଯୋଗ କରିବା ବୋଲି ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତ ନିବେଦନ କରିଥିଲେ । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଅମିତା ମାହୁନ୍ତ,ରଶ୍ମିତା ମାହୁନ୍ତ,କଳ୍ପନା ମଲ୍ଲିକ,ମମତା ନାୟକ,ସରିତା ଦାଶ,ସୁଜାତା ବେହେରା,ଗୀତା ଦାଶ, ଦେବୀ ପ୍ରସାଦ ଦାଶ, ସର୍ବେଶ୍ଵର ନାୟକ, ତ୍ରିନାଥ ରାଉତ, ମହେଶ୍ୱର ମହାରଣା,ଶୁସାନ୍ତ ବେହେରା, ପ୍ରଦୀପ ବେହେରା ପ୍ରମୁଖ ମନୋନୀତ ହୋଇଥିବା ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق