BREAKING
Loading...
:

ପ୍ରେମ କରି ପଳାଇଯିବାକୁ ରୋକିହେବ କି? ପୋକ୍ସୋ ଆଇନର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌କୋର୍ଟ

 ପ୍ରେମ କରି ପଳାଇଯିବାକୁ ରୋକିହେବ କି? ପୋକ୍ସୋ ଆଇନର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌କୋର୍ଟ



ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ପରସ୍ପର ସମ୍ମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କ ଓ ଘରୁ ପଳାଇଯିବା ଘଟଣାରେ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା) ଆଇନର ଅପବ୍ୟବହାର ହେଉଥିବା ନେଇ ସୁପ୍ରିମକୋର୍ଟ ପୁଣି ଥରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏପରି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଥିଲେ, 'ପୁଅ ଓ ଝିଅ ପ୍ରେମ କରି ପଳାଇଯିବାକୁ ଆପଣମାନେ କ'ଣ ସମ୍ପୂର୍ଣ୍ଣ ଭାବେ ରୋକିପାରିବେ?'


ଅଦାଲତ ଏହା ମଧ୍ୟ କହିଥିଲେ ଯେ, ପୋକ୍ସୋ ଆଇନ ଶିଶୁମାନଙ୍କୁ ଯୌନ ଶୋଷଣ ଓ ଅପରାଧରୁ ସୁରକ୍ଷା ଦେବା ପାଇଁ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ କ୍ଷେତ୍ରରେ ପରସ୍ପର ସମ୍ମତିରେ ଥିବା କିଶୋର–କିଶୋରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ଏହି ଆଇନ ପ୍ରୟୋଗ କରାଯାଉଛି। ବିଶେଷକରି ଝିଅଟି ଘରୁ ପଳାଇଯିବା ପରେ ପରିବାର ପକ୍ଷରୁ ପୁଅ ବିରୋଧରେ ପୋକ୍ସୋ ମାମଲା ରୁଜୁ କରାଯିବାର ନଜିର ବଢ଼ୁଥିବା ନେଇ ନ୍ୟାୟାଳୟ ଉଦ୍ ବେଗ ପ୍ରକାଶ କରିଥିଲେ।


ସୁପ୍ରିମ୍‌କୋର୍ଟ କହିଥିଲେ, ଏଭଳି ମାମଲାରେ ସମ୍ବେଦନଶୀଳ ଦୃଷ୍ଟିକୋଣ ଗ୍ରହଣ କରିବା ସହ ସମାଜରେ ଆଇନ ସମ୍ପର୍କରେ ସଠିକ୍ ଜ୍ଞାନ ପହଞ୍ଚାଇବା ଆବଶ୍ୟକ। ପୋକ୍ସୋ ଆଇନର ପ୍ରକୃତ ଉଦ୍ଦେଶ୍ୟ ଯେପରି ପୂରଣ ହେବ, ସେଥିପାଇଁ ଏହାର ଅପବ୍ୟବହାରକୁ ମଧ୍ୟ ରୋକିବା ଜରୁରି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସଚେତନତାମୂଳକ ପଦକ୍ଷେପ ନେବାକୁ ଅଦାଲତ ପରାମର୍ଶ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS