ଅନ୍ତୋଦୟଯୋଜନା ରେ ଲାଞ୍ଚ କାରବାର,ହଜାରେ ନୁହେଁ କି ଦୁଇ ହଜାର ଅସହାୟ ବିଧବା ଅନ୍ତୋଦୟ ହିତାଧିକାରୀ ଙ୍କ ଠାରୁ ନେଲେ କୋଡ଼ିଏହଜାର।
ଅନ୍ତୋଦୟହିତାଧିକାରୀ ଙ୍କ ଠାରୁ ନେଲେ ଲାଞ୍ଚ,ଧାର୍ଯ୍ୟ ଅବଧି ମଧ୍ୟରେ ଗୃହ ନିର୍ମାଣ ହେଲା ଶେଷ କିନ୍ତୁ ଅର୍ଥ ପାଇଵାରେ ହେଲା ବିଳମ୍ବ।ମିଳିଲାନି ଅତିରିକ୍ତ ବୋନସ ଓ ଶ୍ରମିକ ବାବଦ କୁ ଖର୍ଚ୍ଚ।
ଅନ୍ତୋଦୟ ଯୋଜନା କୁ ଭରଷା କରି ଧାର ଉଧାର ରେ କରିଥିଲେ ଘର,ଟଙ୍କା ନମିଳିବାରୁ ହିତାଧିକାରୀହତାଶ।
ଚଞ୍ଚକତା କରି ଟଙ୍କା ନେଲେ ହିତାଧିକାରୀ ଙ୍କୁ ଭଣ୍ଡେଇ ଦେଲେ,କିଏ ସବୁ ଭାଗିଦାରୀଲାଞ୍ଚ ଟଙ୍କାରେ।
ହିତାଧିକାରୀ ଙ୍କୁ ମିଳିବନିଅତିରିକ୍ତସହାୟତା ରାଶି ଆଉ ଅନ୍ତୋଦୟ ରେ!
ଅନ୍ତୋଦୟଗୃହଯୋଜନାର ଫଳକ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ନାହିଁ ଉଲ୍ଲେଖ,ଅନ୍ତୋଦୟ ଗୃହ ଯୋଜନାରେ ଅନିୟମିତତା ହେଉଥିବାର ସ୍ପଷ୍ଟ ପ୍ରମାଣ।
ରାସୋଳ, ହିନ୍ଦୋଳ,ଢେଙ୍କାନାଳ।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ଗ୍ରାମପଞ୍ଚାୟତ ରେ।ଲାଞ୍ଚ କାରବାର ରେ ପଞ୍ଚାୟତ କର୍ମଚାରୀ ମାନେ ଜଡ଼ିତ ଥିବାର ମହାଅଭିଯୋଗ ଆଣିଛନ୍ତି ରାସୋଳ ଗ୍ରାମ ପଞ୍ଚାୟତ ର ୧୪ନମ୍ଵର ଓ୍ବାର୍ଡ ରେ ରହୁଥିବା ଜନୈକା ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀ ଵିଧଵା ମହିଳା ପଦ୍ମିନୀ ସାହୁ(୩୮),ସ୍ବାମୀ ୰ପରମାନନ୍ଦ ସାହୂ।
ସେ ଯାହା କୁହନ୍ତି,ସାହାଯ୍ୟ କରିବେ ବୋଲି କହି ଚଞ୍ଚକତା କରି ତାଙ୍କ ଠାରୁ ଦୁଇ କର୍ମଚାରୀ କୋଡ଼ିଏ ହଜାର ଟଙ୍କା ନେଲେ ଅଥଚ ସାହାଯ୍ୟ ନକରି ଅବଧି ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ସୁଦ୍ଧା ଉପଖଣ୍ଡ ସ୍ତରୀୟ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଦେଲେନି ତଥ୍ୟ।ଫଳ ସ୍ବରୂପ ହିତାଧିକାରୀ ବିଧବା ମହିଳା ସରକାର ଙ୍କ ତରଫରୁ ମିଳିବାକୁ ଥିବା ଅତିରିକ୍ତ ସହାୟତା ରାଶି ଓ ଶ୍ରମିକ ବାବଦ ଖର୍ଚ୍ଚ ପାଇବାରୁ ହେଲେ ବଞ୍ଚିତ।
ତେବେ ଘଟଣା କ୍ରମେ ଆର୍ଥିକ ବର୍ଷ ୨୦୨୪/୨୫ ରେ ଅନ୍ତୋଦୟ ଯୋଜନା ତାଲିକା ରେ ବିଧବା ମହିଳା ପଦ୍ମିନୀ ସାହୁଙ୍କର ନାମ ଥିବାବେଳେ ଗୃହନିର୍ମାଣ ପାଇଁତା୧୦/୦୯/୨୦୨୫ରିଖରେ ପ୍ରଥମ କିସ୍ତି ବାବଦ କୁ ୪୦ହଜାର ଟଙ୍କା ହିତାଧିକାରୀ ପଦ୍ମିନୀ ସାହୁ ଙ୍କର ୟୁକୋ ବ୍ୟାଙ୍କ ପାସ୍ ବୁକ୍ ରେ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଥିଲା ତେବେ ଟଙ୍କା ମିଳିବା ପରେ ଜିଆର୍ ଏସ୍ ନର୍ମଦା ପ୍ରଧାନ ଓ ତାଙ୍କ ସହାୟକ ବାବୁ ସାହୁ ଦୁଇ ଜଣ ଆସି ଅନ୍ତୋଦୟ ଯୋଜନା ରେ ସମସ୍ତ ଟଙ୍କା ପାଇବାରେ ସହଯୋଗ କରିବେ ଓ ଅତିରିକ୍ତ ସହାୟତା ରାଶି ମିଳିବ ବୋଲି କହି ଚଞ୍ଚକତା କରି କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ତେବେ ଚଞ୍ଚକତା ର ଶୀକାର ହୋଇଥିବା ହିତାଧିକାରୀ ବିଧବା ମହିଳା ପଦ୍ମିନୀ ହଁ ନାହିଁ ରେ ଘରଟିଏ କରିବେ ବୋଲି ଅତି ବିକଳରେ ତାଙ୍କ ଭାଇ ରଞ୍ଜନ ସାହୁ ଙ୍କ ଉପସ୍ଥିତି ରେ ଦୁଇ କର୍ମଚାରୀ ଙ୍କୁ କୋଡ଼ିଏ ହଜାର ଟଙ୍କା ଦେଇଥିଲେ।
ଗୃହ ନିର୍ମାଣ କାର୍ଯ୍ୟ ୧୧/୧୦/୨୦୨୫ରିଖ ରେ ଆରମ୍ଭ ହୋଇ ୦୨/୧୧/୨୦୨୫ରେ ଘର ର ଛାତ ପଡ଼ିଥିଲା ଓ ସମ୍ପୂର୍ଣ୍ଣ ଗୃହନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୫ର ଶେଷ ସପ୍ତାହ ସୁଦ୍ଧା ସମାପ୍ତ ହୋଇଥିଲା ବୋଲି ଗୃହନିର୍ମାଣ କରୁଥିବା ରାଜମିସ୍ତ୍ରୀ ଯାହା କୁହନ୍ତି।ତେବେ ସରକାରଙ୍କ ଧାର୍ଯ୍ୟ ସମୟ ନବେ ଦିନ ଥିବା ବେଳେ ପ୍ରଥମ କିସ୍ତି ପାଇବା ଠାରୁ ସତୁରି ରୁ ଅଶୀ ଦିନ ଭିତରେ ସଂପୂର୍ଣ୍ଣ ଗୃହ ନିର୍ମାଣ ହୋଇ ଥିବାର ଜଣାଯାଏ।କାର୍ଯ୍ୟ ଚାଲୁ ଥିବା ସମୟ ରେ ହିତାଧିକାରୀ ଙ୍କ ସୂଚନା ଅନୁଯାୟୀ ପଞ୍ଚାୟତ କର୍ତ୍ତୃପକ୍ଷ ତଦାରଖ କରିବା ସହିତ ଫଟୋ ଉଠାଇ ନେଇଥିଲେ ଯାହାର ପ୍ରତ୍ୟକ୍ଷ ଦର୍ଶୀ ଗୃହନିର୍ମାଣ କରିଥିବା ରାଜମିସ୍ତ୍ରୀ।
ତେବେ ହିତାଧିକାରୀଙ୍କ ଖାତା କୁ ଦ୍ବିତୀୟ କିସ୍ତି ୬୫ ହଜାର ତା ୧୧/୧୧/୨୦୨୫ରିଖ ରେ ଆସିଥିବା ବେଳେ ତୃତୀୟ କିସ୍ତି ଆସିବାରେ ବିଳମ୍ବ ହୋଇଥିଲା ଯାହାକି ତା୨୨/୦୫/୨୦୨୬ରିଖ ରେ ସରକାର ଙ୍କ ତରଫରୁ ୧୫ହଜାର ଟଙ୍କା ହିତାଧିକାରୀ ପଦ୍ମିନୀ ସାହୁ ଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା।ତେବେ ଗୃହନିର୍ମାଣ ର ଅଟକଳ ଖର୍ଚ୍ଚ ଏକଲକ୍ଷ କୋଡ଼ିଏ ହଜାର ସମ୍ପୂର୍ଣ ପାଇଥିଲେ ସୁଦ୍ଧା ସରକାର ଙ୍କର ନିୟମାନୁଯାୟୀ ଧାର୍ଯ୍ୟ ସମୟ ନବେ ଦିନ ରେ ଗୃହନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିଥିଲେ ଅତିରିକ୍ତ ସହାୟତା ରାଶି କୋଡ଼ିଏ ହଜାର ସହିତ ଶ୍ରମିକ ବ୍ୟୟ ବାବଦ କୁ ଆର୍ଥିକ ସହାୟତା ରାଶି ସରକାର ଙ୍କ ତରଫରୁ ମିଳିଥାଏ ଯାହାକି ହିତାଧିକାରୀ ପଦ୍ମିନୀ ସାହୁ ନବେ ଦିନରେ ଘର କରି ଥିଲେ ସୁଦ୍ଧା ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଅପରିଣାମଦର୍ଶିତା ଓ ଦାୟିତ୍ୱହୀନତା ପାଇଁ ଅସହାୟ ବିଧବା ମହିଳା ପଦ୍ମିନୀ ସାହୁ ଆହୁରି ପ୍ରାୟ ଚାଳିଶି ହଜାର ଟଙ୍କା ପାଇବେନି ବୋଲି ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଠାରୁ ଜାଣିବାକୁ ପାଇଥିଲେ।ଏପରିକି ଘର ଆଗରେ ଲେଖା ଯାଇଥିବା ଅନ୍ତୋଦୟ ଗୃହ ଯୋଜନାର ଫଳକ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନଥିବା ବେଳେ ନିହାତି ଅନ୍ତୋଦୟ ଗୃହ ଯୋଜନାରେ ଅନିୟମିତତା ହେବାର ସ୍ପଷ୍ଟ ପ୍ରମାଣ ମିଳେ।
ତେବେ ଏହି ଦୁର୍ଭାଗ୍ୟଜନକ ଘଟଣା ରେ ହିତାଧିକାରୀ ପଦ୍ମିନୀ ରାସୋଳ ଗାଁ ର ସରପଞ୍ଚ ଙ୍କୁ ପଚାରିବାରେ ସିଧାସଳଖ ଟଙ୍କା ଆଉ ମିଳିବନି ବୋଲି କହି ଫେରାଇ ଦେବା ସହିତ ଯାହାକୁ ଲାଞ୍ଚ ଦେଇଛୁ ତାକୁ ଯାଅ କହିବ ବୋଲି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ ବୋଲି ନିଜେ ହିତାଧିକାରୀ କୁହନ୍ତି।ତେବେ ହିତାଧିକାରୀ ପଦ୍ମିନୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟ ର ଯଥାଯଥ ନ୍ୟାୟ ନମିଳିଲେ ଆଇନ ର ଆଶ୍ରୟ ନେବା ସହିତ ହିନ୍ଦୋଳ ଉପଜିଲ୍ଲାପାଳ ଓ ଢେଙ୍କାନାଳ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ହିତାଧିକାରୀ ସିଧାସଳଖ ଜଣାଇଛନ୍ତି।
ଜଣେ ଅସହାୟ ବିଧବା ମହିଳା ଙ୍କୁ ସାହାଯ୍ୟ କରିବା ବଦଳରେ ଚଞ୍ଚକତା କରି ଟଙ୍କା ହଡପ କରିବା,ବିଭାଗୀୟ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ଦାୟିତ୍ୱ ପ୍ରତି ଅବହେଳା କରି ବିଧବା ମହିଳା ଙ୍କୁ ତାଙ୍କ ପ୍ରାପ୍ୟ ରୁ ବଞ୍ଚିତ କରିବା କେତେଦୂର ଯୁକ୍ତିଯୁକ୍ତ ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ଅସହାୟ ପଦ୍ମିନୀ କେମିତି ପାଇବେ ନ୍ୟାୟ ?କେବଳ ପଦ୍ମିନୀ ନା ତାଙ୍କ ଭଳି ପଞ୍ଚାୟତ ରେ ଆହୁରି ଅଛନ୍ତି ଅନେକ?ଏବେ ସବୁଠୁ ବଡ଼ ପ୍ରଶ୍ନ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق