ଗଣିଆର ୪ଟି ହାଇସ୍କୁଲକୁ ଆସିଲେ ନୂତନ ପ୍ରଧାନଶିକ୍ଷକ
ଗଣିଆ ୦୩/୦୬(ମଣିଭଦ୍ରା ଖବର) ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ପଦୋନ୍ନତି ପାଇ ଶିକ୍ଷକ ମାନେ ପ୍ରଧାନଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବେ । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକର ୪ଟି ହାଇସ୍କୁଲକୁ ନୂତନ ପ୍ରଧାନଶିକ୍ଷକ ଯୋଗ ଦେବେ ବୋଲି ଜଣାପଡିଛି । ଗଣିଆ ବ୍ଳକର ଗୁପ୍ତେଶ୍ୱର ବିଦ୍ୟାପୀଠ, ଛାମୁଣ୍ଡିଆକୁ ପଦୋନ୍ନତି ପାଇ ଏନଏସି ହାଇସ୍କୁଲ,ନୟାଗଡର ରସିଦା ଖାତୁନ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାପୀଠ,ରାସଙ୍ଗକୁ ପଦୋନ୍ନତି ପାଇ ପିଏମ୍ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସାରସ ପ୍ରଧାନ, ନାରାୟଣ ପ୍ରସାଦ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଜନତା ସରକାରୀ ହାଇସ୍କୁଲ,କୁହୁରୀର ଅରୁନ୍ଧତୀ ଓଝା ଏବଂ ସରକାରୀ ୟୁଜି ହାଇସ୍କୁଲ, ବଡସିଲିଙ୍ଗାରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଶଲ୍ୟ କୁମାର ଭୋଇ ପଦୋନ୍ନତି ପାଇ ସେହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗ ଦେବେ । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ହୋଇଥିବା ଜଣାପଡିଛି । ତେବେ ଦୀର୍ଘ ଦିନ ହେବ ଉପରୋକ୍ତ ବିଦ୍ୟାଳୟ ଗୁଡିକରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ପରେ ଛାତ୍ର ଛାତ୍ରୀ, ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ମଣିଭଦ୍ରା ଖବର,ଗଣିଆ


إرسال تعليق