BREAKING
Loading...
:

ପକେଟକୁ ବାଧୁଛି ଚିନି, ଡାଲି, ତେଲ ଦର : ପୁଣି ୩ ଟଙ୍କା ବଢିଲା ଚିନି, ରାଜ୍ୟ ସାରା ଦରବୃଦ୍ଧି ଚିନ୍ତା

 ପକେଟକୁ ବାଧୁଛି ଚିନି, ଡାଲି, ତେଲ ଦର : ପୁଣି ୩ ଟଙ୍କା ବଢିଲା ଚିନି, ରାଜ୍ୟ ସାରା ଦରବୃଦ୍ଧି ଚିନ୍ତା



୧୫ଦିନ ତଳେ ଚିନି କିଲୋ ପ୍ରତି ଦର ଥିଲା ୪୩ଟଙ୍କା । ଏବେ ୪୮ । ସୋରିଷ ତେଲ ଥିଲା ୧୬୦ ଟଙ୍କା । ଏବେ ହେଲାଣି ୧୯୦ ଟଙ୍କା, ଡାଲି କିଲୋ ପ୍ରତି ୧୨୦ରୁ ୧୫୦ ଟଙ୍କାରେ ପହଞ୍ଚିଲାଣି । ଗ୍ରାହକଙ୍କୁ ଏଭଳି ଦର ବୃଦ୍ଧି କଲବଲ କରୁଛି । ସେପଟେ ପେଟ୍ରୋଲ, ଡିଜେଲ୍ ଦରବୃଦ୍ଧିକୁ ନେଇ ଗରିବଠୁ ମଧ୍ୟବିତ୍ତ ଏବେ ଚିନ୍ତାରେ ।


ତେବେ ଚିନି ଦର ବୃଦ୍ଧିକୁ ରାଜ୍ୟ ବ୍ୟବସାୟୀ ମହାସଂଘ ସ୍ୱୀକାର କରିଛି । ବର୍ତ୍ତମାନ ଓଡ଼ିଶାରେ ଚିନି ଉତ୍ପାଦନ ବନ୍ଦ । ଗଂଜାମର ଆସିକା ଚିନିକଳରୁ ନେଇ ବଲାଙ୍ଗିର ଦେଓଗାଁ ଚିନିକଳ, ନୟାଗଡ଼ର ଚିନି କଳ ଭୂତକୋଠି ହୋଇପଡ଼ିଛି । ତେଣୁ ଚିନି ପାଇଁ ଓଡ଼ିଶା ନିର୍ଭରଶୀଳ । ଏବେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଚିନି ଆସୁଛି ।ଅନ୍ୟ ଖାଦ୍ୟ ପଦାର୍ଥ ଦର ନିୟନ୍ତ୍ରଣ ଉପରେ ଚେଷ୍ଟା କରାଯିବ । ହେଲେ ସରକାର ମଧ୍ୟ ଏଥିରେ ଆମକୁ ସହଯୋଗ କରନ୍ତୁ ବୋଲି ଦାବି କରିଛି ବ୍ୟବସାୟୀ ମହାସଂଘ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS