BREAKING
Loading...
:

ବାଇକ୍ ଦୁର୍ଘଟଣାରେ ରାଉତପଡା ଗ୍ରାମର ଜଣେ ମୃତ

 ବାଇକ୍ ଦୁର୍ଘଟଣାରେ ରାଉତପଡା ଗ୍ରାମର ଜଣେ ମୃତ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ଚଉବଙ୍ଗ ଛକ ନିକଟରେ ଥିବା ହନୁମାନ ମନ୍ଦିର ନିକଟରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ରାଉତପଡା ଗ୍ରାମର ପ୍ରଦୀପ ରଣା (ବାବୁ) ବୋଲି ଜଣାପଡିଛି । ସେ ଆଜି ସକାଳୁ ନିଜ ସ୍କୁଟି ଯୋଗେ ଭୂବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟକି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ପ୍ରବଳ ଜୋରରେ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ନୟାଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ନୟାଗଡ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS